ପାରାଦ୍ବୀପଗଡରେ ଘର ଘର ବୁଲି କରୋନା ସମ୍ପର୍କରେ ସଚେତନ କରାଉଛନ୍ତି ସରପଞ୍ଚ

Published: Apr 24, 2020, 4:17 pm IST

ରଞ୍ଜିତ ପଣ୍ଡା

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାରାଦ୍ୱୀପ ଗଡ଼ ପଞ୍ଚାୟତରେ ଚାଲିଛି ପ୍ରଚାର। ପଞ୍ଚାୟତର ସରପଞ୍ଚ ମିହିର ରଂଜନ ସାହୁ ପାରାଦ୍ୱୀପ ଲକ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଓ ଯାତ୍ରା ଅଭିନେତା ଦେବୀ ପ୍ରସାଦ ରଥ ପ୍ରମୁଖ ପାରାଦ୍ୱୀପ ଗଡ଼ ପଞ୍ଚାୟତର ଘର ଘର ବୁଲି କରୋନା ଭୁତାଣୁ କୋଭିଡ-୧୯ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଜାରି ରଖିଛନ୍ତି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ପଥପ୍ରାନ୍ତ ସଭାକରି ଲୋକମାନଙ୍କୁ କରୁଛନ୍ତି ସଚେତନ। ଗତ ୨୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ଭିଡିଓ କନଫେରେନସିଂ ମାଧ୍ୟମରେ ଶପଥ ପାଠ କରିବା ପରେ ସରପଞ୍ଚ ମାନେ ଆହୁରି ସଜାଗ ହୋଇ ଯାଇଛନ୍ତି।

ପ୍ରତି ଘରେ ଘରେ ରାଜ୍ୟ ବାହାରେ ଥିବା ଲୋକମାନେ ଆସନ୍ତା ମାସ ୩ ତାରିଖ ପରେ ନିଜ ନିଜର ଭିଟାମାଟିକୁ ଫେରିବାକୁ ଥିବାରୁ ସେମାନେ ଗ୍ରାମକୁ ଫେରି କିପରି ୧୪ ଦିନ କ୍ଵାରେଣ୍ଟାଇନ ସେଣ୍ଟରରେ ରହିବେ ଓ କାହିଁକି ରହିବେ ଏହା ଦ୍ୱାରା କଣ ସୁଫଳ ମିଳିବ ସେ ସମ୍ପର୍କରେ ଲୋକମାନଙ୍କୁ ବାର୍ତ୍ତା ଦେଉଥିଲେ। କୌଣସି କଥା ଲୁଚାନ୍ତୁ ନାହିଁ ବୋଲି ଥାନା ଅଧିକାରୀ ଲୋକମାନଙ୍କୁ ଜଣେଇବା ସହିତ ଲୋକମାନେ ଦୀର୍ଘ ଦିନ ଧରି ଗୃହବନ୍ଦୀ ହେଇ କରୋନା ରୋଗ ସଂକ୍ରମଣକୁ ଅଞ୍ଚଳରେ ପ୍ରତିହତ କରିଥିବାଯୋଗୁଁ ଏହାକୁ ଅଧିକାରୀ ପ୍ରଶଂସା କରିଥିଲେ। ଗ୍ରାମ ତଥା ଘର ଘର ବୁଲି ପ୍ରଚାର କରିବା ସମୟରେ ଅଧିକାଂଶ ସ୍ଥାନରେ ଲୋକମାନେ ସରପଞ୍ଚ, ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁ ଓ ଅଭିନେତା ଦେବୀ ପ୍ରସାଦ ରଥଙ୍କୁ ବନ୍ଦାପନା କରି ପୁଷ୍ପ ବୃଷ୍ଟି କରିଥିଲେ।

Related posts