Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାରାଦ୍ବୀପଗଡରେ ଘର ଘର ବୁଲି କରୋନା ସମ୍ପର୍କରେ ସଚେତନ କରାଉଛନ୍ତି ସରପଞ୍ଚ
ଆଞ୍ଚଳିକ

ପାରାଦ୍ବୀପଗଡରେ ଘର ଘର ବୁଲି କରୋନା ସମ୍ପର୍କରେ ସଚେତନ କରାଉଛନ୍ତି ସରପଞ୍ଚ

April 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାରାଦ୍ୱୀପ ଗଡ଼ ପଞ୍ଚାୟତରେ ଚାଲିଛି ପ୍ରଚାର। ପଞ୍ଚାୟତର ସରପଞ୍ଚ ମିହିର ରଂଜନ ସାହୁ ପାରାଦ୍ୱୀପ ଲକ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଓ ଯାତ୍ରା ଅଭିନେତା ଦେବୀ ପ୍ରସାଦ ରଥ ପ୍ରମୁଖ ପାରାଦ୍ୱୀପ ଗଡ଼ ପଞ୍ଚାୟତର ଘର ଘର ବୁଲି କରୋନା ଭୁତାଣୁ କୋଭିଡ-୧୯ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଜାରି ରଖିଛନ୍ତି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ପଥପ୍ରାନ୍ତ ସଭାକରି ଲୋକମାନଙ୍କୁ କରୁଛନ୍ତି ସଚେତନ। ଗତ ୨୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ଭିଡିଓ କନଫେରେନସିଂ ମାଧ୍ୟମରେ ଶପଥ ପାଠ କରିବା ପରେ ସରପଞ୍ଚ ମାନେ ଆହୁରି ସଜାଗ ହୋଇ ଯାଇଛନ୍ତି।

ପ୍ରତି ଘରେ ଘରେ ରାଜ୍ୟ ବାହାରେ ଥିବା ଲୋକମାନେ ଆସନ୍ତା ମାସ ୩ ତାରିଖ ପରେ ନିଜ ନିଜର ଭିଟାମାଟିକୁ ଫେରିବାକୁ ଥିବାରୁ ସେମାନେ ଗ୍ରାମକୁ ଫେରି କିପରି ୧୪ ଦିନ କ୍ଵାରେଣ୍ଟାଇନ ସେଣ୍ଟରରେ ରହିବେ ଓ କାହିଁକି ରହିବେ ଏହା ଦ୍ୱାରା କଣ ସୁଫଳ ମିଳିବ ସେ ସମ୍ପର୍କରେ ଲୋକମାନଙ୍କୁ ବାର୍ତ୍ତା ଦେଉଥିଲେ। କୌଣସି କଥା ଲୁଚାନ୍ତୁ ନାହିଁ ବୋଲି ଥାନା ଅଧିକାରୀ ଲୋକମାନଙ୍କୁ ଜଣେଇବା ସହିତ ଲୋକମାନେ ଦୀର୍ଘ ଦିନ ଧରି ଗୃହବନ୍ଦୀ ହେଇ କରୋନା ରୋଗ ସଂକ୍ରମଣକୁ ଅଞ୍ଚଳରେ ପ୍ରତିହତ କରିଥିବାଯୋଗୁଁ ଏହାକୁ ଅଧିକାରୀ ପ୍ରଶଂସା କରିଥିଲେ। ଗ୍ରାମ ତଥା ଘର ଘର ବୁଲି ପ୍ରଚାର କରିବା ସମୟରେ ଅଧିକାଂଶ ସ୍ଥାନରେ ଲୋକମାନେ ସରପଞ୍ଚ, ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁ ଓ ଅଭିନେତା ଦେବୀ ପ୍ରସାଦ ରଥଙ୍କୁ ବନ୍ଦାପନା କରି ପୁଷ୍ପ ବୃଷ୍ଟି କରିଥିଲେ।

କୋଭିଡ଼-୧୯
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.