Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସଧବା ପାଉଛନ୍ତି ବିଧବା ଭତ୍ତା : ଜିପିଓ ପଦରୁ ବିଦାହେଲେ ହିମାଂଶୁ ନାୟକ, କାର୍ଯ୍ୟାନୁଷ୍ଠାନ କେବେ  ?
ଆଞ୍ଚଳିକ

ସଧବା ପାଉଛନ୍ତି ବିଧବା ଭତ୍ତା : ଜିପିଓ ପଦରୁ ବିଦାହେଲେ ହିମାଂଶୁ ନାୟକ, କାର୍ଯ୍ୟାନୁଷ୍ଠାନ କେବେ  ?

May 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର। ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ମହାଦୁର୍ନୀତି ସମ୍ବନ୍ଧରେ ତଥ୍ୟଗତ ପ୍ରମାଣ ଓ ସରକାରୀ ତଦନ୍ତ ସତ୍ଵେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । କୌଣସି ଅଦୃଶ୍ୟ ଶକ୍ତି ଚାପରେ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦିଆଯାଉଥିବା କୁହାଯାଉଛି। ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ  ନାୟକଙ୍କ ନାମରେ ଗୋଟିଏ ବର୍ଷ ମଧ୍ୟରେ ଅନେକ ଅଭିଯୋଗ ତିର୍ତୋଲ ବିଡିଓ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁରଙ୍କ ନିକଟରେ ହୋଇଥିବା ଜାଣିବାକୁ ମିଳିଛି । ସୂଚନାନୁଯାୟୀ ମନେରେଗା ଯୋଜନାରେ ବ୍ୟାପକ ହରିଲୁଟ ଓ ମିଥ୍ୟା ବିଲକୁ ନେଇ ଅଭିଯୋଗ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ମଧ୍ୟ କେଳେଙ୍କାରି ନେଇ ଅଭିଯୋଗ ରହିଥିଲା। ୨ମହଲା ଘରଥିବା ବ୍ୟକ୍ତିଙ୍କୁ ମଧ୍ୟ ଆବାସ କାର୍ଯ୍ୟାଦେଶ ପ୍ରଦାନ ନେଇ ଅଭିଯୋଗ ହୋଇଥିଲା। ଫନି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ଅନିୟମିତତା ନେଇ ମଧ୍ୟ ତିର୍ତ୍ତୋଲ ବିଡିଓଙ୍କୁ ଅଭିଯୋଗ ହୋଇଥିଲା ।

ଉକ୍ତ ପଞ୍ଚାୟତର ଏହିପରି ବିଭିନ୍ନ ଦୁର୍ନୀତି ଉପରେ ଅଭିଯୋଗ ହେବାପରେ କେତେକ ଦୁର୍ନୀତି ଅଭିଯୋଗକୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ଡାରରେ ପଡିରହିଥିବା ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତର ସୂଚନାଅଧିକାର କର୍ମୀ ରଶ୍ମିରଞ୍ଜନ ଦାଶଙ୍କ ଦ୍ଵାରା ପର୍ଦାଫାଶ ହୋଇଥିବା ବହୁଚର୍ଚ୍ଚିତ ୨୫୦ରୁ ଉର୍ଦ୍ଧ ଯୁବକଙ୍କ ବୟସ ଜାଲିଆତି କରାଯାଇ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଭଳି କେଳେଙ୍କାରି ହୋଇଥିବା ଘଟଣାକୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବାର ୪ ମାସ ବିତିଗଲାପରେ ୦୩. ୦୪. ୨୦୨୦ ରିଖରେ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଉକ୍ତ ରିପୋର୍ଟରୁ ମିଳିଛି ଚକିତ କଲାପରି ତଥ୍ୟ। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ପରେ ସ୍ଵାମୀ ବଞ୍ଚିଥିବାବେଳେ ମଧ୍ୟ ସ୍ତ୍ରୀ ପାଉଛି ବିଧବା ଭତ୍ତା ସୂଚନାନୁଯାୟୀ ଉକ୍ତ ପଞ୍ଚାୟତ ପୁଟିଙ୍ଗ ଗ୍ରାମର ତପୋଇ ଦାସଙ୍କ ସ୍ୱାମୀ ଅଜୟ ଦାସ ଜୀବିତ ଥିବା ବେଳେ ତପୋଇ ଦାସଙ୍କୁ ମିଳୁଛି ବିଧବା ଭତ୍ତା। ଏଥିସହିତ ଏମିତି କିଛି ହିତାଧିକାରୀ ଅଛନ୍ତି ଯେଉଁମାନଙ୍କର ନାମ ଭୋଟର ତାଲିକାରେ ନାହିଁ କି ସେଭଳି କୌଣସି ବ୍ୟକ୍ତି ପଞ୍ଚାୟତରେ ନଥିବା ଜଣାପଡିଛି। ଏନେଇ ସରପଞ୍ଚଙ୍କ କାର୍ଯ୍ୟ ମଧ୍ୟ ସଂଦେହ ଘେରକୁ ଆସିଛି । ଏମିତିକି ଉକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କ ସହାୟତାରେ ୨୦୧୭ ମସିହା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ନିର୍ବାଚନ ଭୋଟର ତାଲିକାକୁ ଜାଲିଆତି କରାଯାଇ ଯୁବକ ମାନଙ୍କୁ ବୃଦ୍ଧ କରାଯାଇଥିବା ଅଭିଯୋଗ ହେଉଛି ।

ଏଠାରେ ପ୍ରକାଶ ଥାଉକି ଏପ୍ରକାରର ଦୁର୍ନୀତି ପାଇଁ କଟକ ଜିଲ୍ଲା ନିଆଳି ବ୍ଲକ ଅଂଳୋ ପଞ୍ଚାୟତ ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ  କାର୍ଯ୍ୟରୁ ଅନ୍ତର କରିବା ପାଇଁ ଆଦେଶ ହେବା, ବରଗଡ ଜିଲ୍ଲା କଲ୍ପନା ପଞ୍ଚାୟତ ସରପଞ୍ଚ ନିଲମ୍ବିତ ହେବା , ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତରେ ଦୁର୍ନୀତିକୁ ନେଇ ସରପଞ୍ଚଙ୍କ ସମେତ ତିନି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସ୍ଥଳେ ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତରେ ହୋଇଥିବା ଏଭଳି ଦୁର୍ନୀତି ଉପରେ କେଉଁ ଅଦୃଶ୍ୟ ଶକ୍ତି ଚାପରେ ହୋଇ ପାରୁନି କାର୍ଯ୍ୟାନୁଷ୍ଟାନ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଏଭଳି ମହାଦୁର୍ନୀତିର ମହାନାୟକ କୁହାଯାଉଥିବା ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ  ନାୟକ ଉକ୍ତ ପଞ୍ଚାୟତରେ ଦୁଇ ବର୍ଷରୁ ଅଧିକ ସମୟ ରହିବା ସହିତ ସାମନ୍ତରାୟପୁର ପଞ୍ଚାୟତରେ ସାତ ବର୍ଷ ହେବ କାର୍ଯ୍ୟ କରି ଆସୁଥିବା ଜଣାପଡିଛି । ଦୁଇଟି ପଞ୍ଚାୟତ ଦାୟିତ୍ଵରେ ଥିବା ଏହି କରିତକର୍ମା ବ୍ୟକ୍ତିଙ୍କ ନାମରେ ଏତେ ଗୁଡ଼ିଏ ଅଭିଯୋଗ ଥିବା ସତ୍ତ୍ବେ ତିର୍ତ୍ତୋଲ ବିଡିଓ ତାଙ୍କର କେଉଁ କାର୍ଯ୍ୟ ଦକ୍ଷତା ଦେଖି ତାଙ୍କୁ ଅତିତିକ୍ତ ଦାୟିତ୍ଵ ଭାବେ (ଜି.ପି.ଓ) ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରିଥିଲେ ଏନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ଉକ୍ତ ଘଟଣାର ପ୍ରମାଣ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ ହିମାଂଶୁ ଭୂଷଣ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଥିବା ଜି.ପି.ଓ ପଦବୀରୁ ହଟାଇ ଦିଆଯାଇଛି। ଏଠି ପ୍ରଶ୍ନ ଉଠୁଛି ଯେଉଁ ପଞ୍ଚାୟତର ଦୁର୍ନୀତିରେ ସେ ବୁଡିରହିଥିବା ଅଭିଯୋଗ ହୋଇଛି ସେ ନେଇ କାର୍ଯ୍ୟାନୁଷ୍ଠାନ ହେବ କେବେ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.