Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଗୁଆ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ତାଲା ମାରିଲେ ଗ୍ରାମବାସୀ
ଆଞ୍ଚଳିକ

ଗୋଗୁଆ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ତାଲା ମାରିଲେ ଗ୍ରାମବାସୀ

May 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : ସରକାର ବାହାର ରାଜ୍ୟରେ ଥିବା ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି । ଅପରପକ୍ଷରେ ନାକ୍ଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତରେ କିଛି ଲୋକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ତାଲା ମାରି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ନାକଟିଦଦେଉଳ ବ୍ଲକ୍ ଗୋଗୁଆ ପଂଚାୟତର ଗୋଗୁଆ ହାଇସ୍କୁଲ ଠାରେ ଏହି କ୍ବାରେଣ୍ଟାଇନ୍‌ ସେଣ୍ଟର ଖୋଲା ଯାଇଥିଲା । ଗତ ୨ ତାରିଖରେ ଗୋଗୁଆ ଗ୍ରାମର କିଛି ଲୋକ ଏହି କେନ୍ଦ୍ରକୁ ଅନ୍ୟତ୍ର କରିବା ପାଇଁ ନାକଟିଦେଉଳ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗୋଗୁଆ ଗ୍ରାମର ହାଇସ୍କୁଲ ପଡାର କିଛି ଲୋକ ହାଇସ୍କୁଲ ଠାରେ ଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରର ଗେଟ୍ ସମ୍ମୁଖରେ ତାଲା ମାରିଦେବା ସହ ରାସ୍ତା ଉପରେ ବ୍ୟାରିକେଡ୍‌ କରି ବନ୍ଦ କରିଦେଇଛନ୍ତି ।

ସେଠାରେ ପାଇଖାନା ନିର୍ମାଣ ହେବାର ଥିବା ବେଳେ ସେଇ ପଡାର ଲୋକମାନେ କାମ କରାଇ ଦେଉ ନଥିବା ଗୋଗୁଆ ସରପଂଚ ପ୍ରକାଶ କରିଛନ୍ତି । ଅନ୍ୟ ରାଜ୍ୟରେ କାମ କରୁଥିବା ୮୬ ଜଣ ଶ୍ରମିକ ଗୋଗୁଆ ଗ୍ରାମପଂଚାୟତରେ ନାମ ପଂଜିକରଣ କରିଛନ୍ତି । ଏହି କେନ୍ଦ୍ରରେ ୫୦ଟି ବେଡ୍ ଥିବା ବେଳେ ଆଉ ୩୦ଟି ବେଡ୍ ପଡା ବାସୀଙ୍କ ବିରୋଧ ଯୋଗୁଁ ହୋଇପାରି ନ ଥିବା ଜଣା ପଡିଛି । ଗୋଗୁଆ ସରପଂଚ ସୁଭଦ୍ରା ବେହେରା ଆଜି ନାକଟିଦେଉଳ ବିଡଓଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ନାକଟିଦେଉଳ ବିଡିଓ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରି ଆସିଛନ୍ତି । ବ୍ଲକ୍ ପ୍ରଶାସନ ସମ୍ବଲପୁର ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ଦେଇଥିଲେ ମଧ୍ୟ ବର୍ତମାନ ୮୬ ଜଣ ଶ୍ରମିକ ଆସିଲେ କେଉଁଠି ରହିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଚାଲିବ ବୁଲଡୋଜର: ୩୮ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.