Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ହାତୀବାହାଳରେ ବିଦ୍ୟୁତ୍ ତାର ଛିଣ୍ଡି ୩ ବଳଦ ମୃତ : ଏସ୍‌ଡିଓଙ୍କ ନିକଟରେ କ୍ଷତିପୂରଣ ଦାବି
ଆଞ୍ଚଳିକ

ହାତୀବାହାଳରେ ବିଦ୍ୟୁତ୍ ତାର ଛିଣ୍ଡି ୩ ବଳଦ ମୃତ : ଏସ୍‌ଡିଓଙ୍କ ନିକଟରେ କ୍ଷତିପୂରଣ ଦାବି

May 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : ଆଜି ଅପରାହ୍ନରେ ବିଦ୍ୟୁତ ତାର ଛିଣ୍ଡି ୩ଟି ବଳଦର ଜୀବନ ଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ହାତୀବାହାଳ ଗ୍ରାମରେ ଅପରାହ୍ନ ୨ଟାରେ ଏହି ଘଟଣା ଘଟିଛି । ରେଢାଖୋଲ ବ୍ଲକ୍ ବଡବାହାଳ ଗ୍ରାମପଂଚାୟତର ହାତୀବାହାଳ ଗ୍ରାମର ଅରୁଣ ପ୍ରଧାନ, ଘାସିନାଥ ପ୍ରଧାନ ଓ ଗୁଣନିଧୀ ସାହୁଙ୍କ ୩ଟି ବଳଦ ଚରୁଥିବା ସମୟରେ ଗତ କାଲି ରାତିରେ ଝଡବାତ୍ୟାରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବାରୁ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ଉକ୍ତ ଚାଷୀମାନେ ଚାଷକାମ କରିବା ପାଇଁ ଏହି ବଳଦ ଉପରେ ନିର୍ଭର କରିଥାନ୍ତି । ଚାଷୀ ମାନେ ଗରିବ ଶ୍ରେଣୀର ହୋଇଥିବା ତଥା ଆଗକୁ ଚାଷ କାମ ପଡୁଥିବାରୁ ସେମାନେ ଘୋର ଚିନ୍ତାରେ ଅଛନ୍ତି । ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଦାୟିତ୍ବ ହୀନତାରୁ ଏଭଳିତ ଅଭାବନୀୟ ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବି କରିଛନ୍ତି । ବଳଦ ୩ ଟିର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ । ଚାଷୀମାନଙ୍କୁ ବଳଦ ମୃତ୍ୟୁର କ୍ଷତିପୂରଣ ବିଦ୍ୟୁତ ବିଭାଗ ଦେବାକୁ ଉକ୍ତ ତିନି ଚାଷୀ ବିଦ୍ୟୁତ ବିଭାଗର ଏସ୍‌ଡିଓଙ୍କ ଠାରେ ଦାବି କରିଛନ୍ତି ।

cattle
Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026

ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.