Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୁଷ୍ଟିକର ଖାଦ୍ୟ ହେରଫେର ନେଇ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଅଭିଯୋଗ ବାଢିଲେ ଗ୍ରାମବାସୀ
ଆଞ୍ଚଳିକ

ପୁଷ୍ଟିକର ଖାଦ୍ୟ ହେରଫେର ନେଇ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଅଭିଯୋଗ ବାଢିଲେ ଗ୍ରାମବାସୀ

May 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବବୁଲୁ ସାହୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଳା ଗ୍ରାମର ଏକ୍ ନମ୍ବର୍ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଲବଙ୍ଗଲତା ପାଡିଙ୍କ ନାମରେ ବହୁ ଅଭିଯୋଗ ଆସିଛି। ତାଙ୍କ ନାମରେ ଗର୍ଭବତୀ ମାଁ, ଶିଶୁ ଓ କିଶୋରୀ ବାଳିକାମାନଙ୍କୁ ଦୀର୍ଘ ବର୍ଷ ହେବ ପୁଷ୍ଟିକର ଖାଦ୍ୟ ନ ଦେଇ ବାଟ ମାରଣା କରୁଥିବାର ଅଭିଯୋଗ ରହିବା ସହିତ ସେ ଗର୍ଭବତୀ ମାଁ, ଶିଶୁ ଓ କିଶୋରୀ ବାଳିକା ମାନଙ୍କୁ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ ଆସିଛି।

ଗର୍ଭବତୀ ମା, ଶିଶୁ ,କିଶୋରୀ ବାଳିକା ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଦୀର୍ଘ ବର୍ଷ ହେବ ଓଡିଶା ସରକାର ଯୋଗାଇ ଆସୁଛନ୍ତି ହେଲେ ଗ୍ରାମବାସୀ କହିବା ଅନୁସାରେ ସେହି ପୁଷ୍ଟିକର ଖାଦ୍ୟକୁ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପାଡି ଦୀର୍ଘବର୍ଷ ହବ ବାଟମାରଣା କରି ଆସୁଛନ୍ତି।

ଗୋଟିଏ ପଟେ ସରକାର ପୁଷ୍ଟିହୀନତାରୁ ଦୂରକରିବା ପାଇଁ ଗର୍ଭବତୀ ମାଁ, ଶିଶୁ, କିଶୋରୀ ବାଳିକା ମାନଙ୍କ ପାଇଁ ଛତୁଆ,ଅଣ୍ଡା, ଗଜାମୁଗ, ରାଶି ଲଡୁ, ଚିନା ବାଦାମ ଲଡୁ ଆଦି ଖାଦ୍ୟ ସହ ବିଭିନ୍ନ ଜାତୀୟ ପୁଷ୍ଟିକର ଖାଦ୍ୟକୁ  ଅଙ୍ଗନୱାଡି କେନ୍ଦ୍ରରେ  ସରକାର ଯୋଗାଇ ଦେଉଥିବା ବେଳେ ଏହି ପୁଷ୍ଟିକର ଖାଦ୍ୟକୁ ଅଙ୍ଗନୱାଡି କର୍ମୀ ହିତାଧିକାରୀଙ୍କୁ ନ ଦେଇ ହେରଫେର କରିବାରେ ବ୍ୟସ୍ତ ରହିଛନ୍ତି। କାଲୋପଳା ଗ୍ରାମର ୧୨୧ ଜଣ  ଗ୍ରାମବାସୀ ଲିଖିତ ଦସ୍ତଖତ କରି ଜୁନାଗଡ଼  ସି.ଡି.ପି.ଓ. ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି। ତେବେ ଏହି ହେରଫେର ପଛରେ ଅଙ୍ଗନଓ୍ବାଡିଙ୍କ ସମେତ ଆଉ କେହି ବରିଷ୍ଠ ଅଧିକାରୀଙ୍କ ହାତ ଥାଇପାରେ ବୋଲି  ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026

ଆଜି ମେ ୨୩ ତାରିଖ ଶନିବାରରେ ନଅଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

May 23, 2026

ପୁଣି ଥରେ ବଢିଲା ତୈଳ ଦର

May 23, 2026

ବିମାନବନ୍ଦରରେ ଇବୋଲା ସତର୍କତା

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.