Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ହାଇଦ୍ରାବାଦରୁ ମାଲଦା ଅଭିମୁଖେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ସହଯୋଗରେ ହାତ ବଢାଇଲେ ବିଜେପି କର୍ମୀ
ଆଞ୍ଚଳିକ

ହାଇଦ୍ରାବାଦରୁ ମାଲଦା ଅଭିମୁଖେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ସହଯୋଗରେ ହାତ ବଢାଇଲେ ବିଜେପି କର୍ମୀ

May 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଧାନକଉଡା : ପ୍ରଚଣ୍ଡ ରୌଦ୍ରତାପରେ ଚାଲି ଚାଲି  ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ପଶ୍ଚିମବଙ୍ଗର ମାଲଦା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ସହର ଉପକଣ୍ଠ ଜାତୀୟ ରାଜପଥ ଧନକଉଡାରେ ।  ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଚାଲି ଚାଲି ୪୭ ଜଣ ଶ୍ରମିକ ଫେରୁଛନ୍ତି ନିଜ ଭିଟାମାଟି ପଶ୍ଚିମବଙ୍ଗର ମାଲଦାକୁ । ଗତ ଏପ୍ରିଲ ୨୫ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଏକାଦଶ ଦିନରେ ପହଞ୍ଚିଛି ସମ୍ବଲପୁରଠାରେ। ଜାତୀୟ ରାଜପଥର ଧନକଉଡା ଛକଠାରେ ତାଙ୍କୁ ଦେଖି  ସ୍ଥାନୀୟ ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି କର୍ମୀମାନେ ସହଯୋଗର ହାତ ବଢ଼େଇଥିଲେ । ଖବର ପାଇ ସମାଜସେବୀ  ଦିଲୀପ ପଣ୍ଡା ଓ ତାଙ୍କ ସାଥି ରନ୍ଧା ଖାଦ୍ୟ ପାକେଟ ଧରି ପହଁଚିଲେ ସେ ସ୍ଥାନକୁ । ରନ୍ଧା ଖାଦ୍ୟ ଓ ପାଖରେ ଥିବା ଜୟଗୁରୁ ମନ୍ଦିରର ଜଣେ ସହୃଦୟ ସଦସ୍ୟ ପିଇବା ପାଣି ସେମାନଙ୍କୁ ଯୋଗାଇ ଦେଇଥିଲେ । ଏହାର ସୂଚନା ପାଇଁ ସେଠାକୁ ପହଞ୍ଚିଥିଲେ ସାଇ ରାମ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକାର୍ତ୍ତ ଛବିଳ ବାଳା ମଲ୍ଲିକ ଓ ଅନିତା ଓରାମ ପଥିକ ମlନଙ୍କୁ ଦେଇଥିଲେ ମାସ୍କ । ତାପରେ ଗ୍ଲୋକୋଜ ଓ ଜରୁରୀ ଔଷଧ ଧରି ପହଞ୍ଚିଥିଲେ ଜୟବ୍ରତ ଦେ।

ଏହି ସେବା କାର୍ଯ୍ୟରେ ସାମିଲ ଥିଲେ ମଣ୍ଡଳ ସଭାପତି ସରୋଜ କୁମାର ଘଡେଇ,  କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି,   ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ  ଆରତୀଲତା ବରାଡ଼, ଯୁବ ମୋର୍ଚ୍ଚା ର ସୌମିତ୍ର ଜତି, ବିକାଶ ଭୋଇ, ପର୍ଶୁରାମ ପଣ୍ଡା, ପିଣ୍ଟୁ ଓରାମ, ଲୁନା ନାୟକ ପ୍ରମୁଖ । ଘଟଣା ସ୍ଥଳ କୁ ଉଭୟ ସଦର ଥାନା ଓ ଧନୁପାଲି ଥାନା ର ପୋଲିସ ଅଧିକାରୀ ପହଞ୍ଚି ସମସ୍ତ ବିବରଣୀ ସଂଗ୍ରହ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025
Latest News

ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେଟରକୁ ନେଇ ଆୟୋଜିତ ଦୁଇଦିନିଆ ଜାତୀୟ କର୍ମଶାଳା

September 12, 2025

ଜାତିସଂଘ ମାନବାଧିକାର ପରିଷଦରେ ସ୍ୱିଜରଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଲା ଭାରତ

September 12, 2025

ବକେୟା ଥିବା ନିର୍ଦ୍ଦିଷ୍ଟ ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ ଯୋଜନା କ୍ୟାବିନେଟରେ ଘୋଷଣା

September 12, 2025

୫ଟି ବିମାନବନ୍ଦରରେ ‘ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍–ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍’ ଉଦଘାତିତ

September 12, 2025

କେବଳ ନେପାଳ ନୁହଁ, ଏହିସବୁ ଦେଶ ମଧ୍ୟ ସାମାଜିକ ଗଣମାଧ୍ୟମ କୁ କରିଛନ୍ତି ବ୍ୟାନ୍

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.