Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ : ଶନିବାର ଆସିଛନ୍ତି ୧୦୫ ପ୍ରବାସୀ
ଆଞ୍ଚଳିକ

କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ : ଶନିବାର ଆସିଛନ୍ତି ୧୦୫ ପ୍ରବାସୀ

May 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ସ୍ୱାବ ସଂଗ୍ରହ ପରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ ଦିଗରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାର ୧୯୮ଟି ପଞ୍ଚାୟତରେ ୨୮୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୦,୨୩୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ୱୀପ ପୌରାଞ୍ଚଳରେ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୧୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଏଥିସହିତ ୯ ତାରିଖ ୧୦୫ଜଣ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଆସିଛନ୍ତି। ତାମିଲନାଡୁରୁ ୫ଜଣ, ଝାଡ଼ଖଣ୍ଡରୁ୍ ୩ଜଣ,ପଶ୍ଚିମବଙ୍ଗରୁ ୧୯ଜଣ, ମଧ୍ୟପ୍ରଦେଶରୁ ୨ଜଣ, ଛତିଶଗଡ଼ରୁ ୪ଜଣ,ତେଲେଙ୍ଗାନାରୁ ୬୫ଜଣ, ଆନ୍ଧ୍ରପ୍ରଦେଶରୁ ୨ଜଣ, ଉତ୍ତରପ୍ରଦେଶରୁ ୧ଜଣ, ମହାରାଷ୍ଟ୍ରରୁ ୨ଜଣ, ଗୁଜୁରାଟରୁ ୧ଜଣ, କେନ୍ଦୁଝରରୁ ୧ଜଣଙ୍କ ସହ ୫ଜଣ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୩ଜଣ, ଜଗତସିଂହପୁର ବ୍ଲକର ୧୨ଜଣ, ବାଲିକୁଦାର ୧୨ଜଣ, ନାଉଗାଁ ୧୭ଜଣ ବିରିଡ଼ି ୧ଜଣ, ରଘୁନାଥପୁର ୩ଜଣ, ତିର୍ତ୍ତୋଲ ୩୫ ଜଣ, କୁଜଙ୍ଗ ୪ଜଣ, ଏରସମା ୭ଜଣ ଓ ପାରାଦ୍ବୀପ ମ୍ୟୁନିସିପାଲିଟି କୁ ୧ଜଣଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଗତ ୭ ତାରିଖରେ ପଶ୍ଚିମବଙ୍ଗ, ଗୁଜୁରାଟ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଆସିଥିବା ୮୪ଜଣଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ପାରାଦ୍ୱୀପ କୋଭିଡ୍ ହସପିଟାଲ୍ ,ସ୍ୱାଵ ସଂଗ୍ରହ କେନ୍ଦ୍ର ଓ ପାରାଦ୍ୱୀପ ଗଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଅନୁଧ୍ୟାନ କରିଥିଲେ। ଏଥିସହିତ ପାରାଦ୍ବୀପ ଠାରେ ଜିଲ୍ଲାପାଳ ସମସ୍ତ ଶିଳ୍ପସଂସ୍ଥା କର୍ତୃପକ୍ଷଙ୍କ ସହିତ ଏକ ସମୀକ୍ଷା ବୈଠକ କରି ଶିଳ୍ପସଂସ୍ଥା ଚାଲୁ ରଖିବା ବେଳେ କୋଭିଡ୍ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପାରାଦ୍ଵୀପ କୋଭିଡ୍ ହସ୍ପିଟାଲରେ ୭୦ଟି ବେଡ୍ ସହିତ ୫ଟି ଆଇ.ସି.ୟୁ ବେଡ୍ ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ସଂନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କର୍ଫ୍ୟୁ ବଳବତ୍ତର ରହିଛି। କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026

ବଦଳି ଯାଇଛି କି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ ଥିବା ନମ୍ବର?: ଘରେ ବସି କରନ୍ତୁ ଅପଡେଟ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.