Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ବିଭିନ୍ନ ଅଞ୍ଚଳରେ ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ପୋଚ ଜବତ
ଆଞ୍ଚଳିକ

ବାଣପୁରର ବିଭିନ୍ନ ଅଞ୍ଚଳରେ ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ପୋଚ ଜବତ

May 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଆଜି ବିରିଜାଈ ନିକଟସ୍ଥ କଟୁଆଳ ଗ୍ରାମ ବରବରା ପଞ୍ଚାୟତ ଓ ନିଳାଦ୍ରି ପଞ୍ଚାୟତରେ ସକାଳ 8 ଘଟିକା ସମୟରେ ପୋଲିସ୍‌ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ଜବତ କରି ନଷ୍ଟ କରିଛି। ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସଙ୍କ ନେତୃତ୍ବରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ଅବକାରୀ ବିଭାଗର ଇନ୍ସପେକ୍ଟର ନିନା ବେଉରା, ଅବକାରୀ ସବ୍‌ଇନ୍ସପେକ୍ଟର ମନୋଜ ବାରିକ, ବାଣପୁର ପୋଲିସ୍‌ ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପ୍ରସନ୍ନ ଜେନା, ସିଏସଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ଏଏସ୍‌ଆଇ ବସନ୍ତ ପଟ୍ଟନାୟକ, ଏଏସ୍‌ଆଇ ଶ୍ରୀନିବାସ ପ୍ରଧାନ, ଏଏସ୍‌ଆଇ ମହେନ୍ଦ୍ର ସେଠୀ  ଓ ତାଙ୍କର 70 ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ୍‌ ରହିଛନ୍ତି। ନିଳାଦ୍ରୀ ପ୍ରସାଦ ଓ ବରବରା ପଞ୍ଚାୟତର ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ 6000 ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରିଦିଆଯାଇଛି।

ସୂଚନାଯୋଗ୍ୟ, ନିଳାଦ୍ରି ପ୍ରସାଦ ଓ ବରବରା ପଞ୍ଚାୟତର ସେହି ସବୁ ଜାଗାରୁ ବାରମ୍ବାର ଦେଶୀ ମଦ ଚାଲାଣ ହେଉଥିବାବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଉଛନ୍ତି। ତେଣୁ ସେମାନଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025

ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 5, 2025
Latest News

କଟକରେ ଜାରୀ ହେଲା 36 ଘଣ୍ଟିଆ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ

October 5, 2025

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025

ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କଲେ ଅମିତ ଶାହ

October 5, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.