ଲକ୍‌ଡାଉନ୍‌ରେ ମାତିଛନ୍ତି ଲୁଟେରା: ୧୫ ଦିନରେ ହାଟଛକର ୫ଟି ଦୋକାନରୁ ଚୋରି

Published: May 17, 2020, 4:42 pm IST

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆତଙ୍କ ସୁଷ୍ଟି କରିଥିବା ବେଳେ ନରସିଂହପୁର ପୋଲିସ ତରଫରୁ ଏହାକୁ କଡା ମୁକାବିଲା କରିଯାଉଥିବା ବେଳେ କିଛି ଅମାନିଆ କିନ୍ତୁ ଆଇନକୁ ଆଖିଠାର ମାରି ଖୁଲମ ଖୁଲା ରାସ୍ତାରେ ବୁଲୁଛନ୍ତି । ପ୍ରକାଶ ଥାଉକି ନରସିଂହପୁର ବ୍ଲକର ହାଟ ଛକ ଠାରେ ଏଭଳି କିଛି ଅସାମାଜିକ ଲୁଟେରା ମାତିଛନ୍ତି । ୧୫ ଦିନ ମଧ୍ୟରେ ହାଟ ଛକରେ ପ୍ରାୟ ୫ଟି ଦୋକାନରୁ ଚୋରି ହୋଇଛି। ନିଶା କାରବାରରେ ବୃଦ୍ଧି କାରଣରୁ ଏପରି ଘଟଣା ଘଟୁଥିବା କୁହାଯାଉଛି। ତେବେ ପୋଲିସ୍‌ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ।

Related posts