ଗୋଲାମୁଣ୍ଡାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Published: May 17, 2020, 6:35 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଗୋଲାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ ମୁଖ୍ୟ ଅତିଥି ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଗୋଲାମୁଣ୍ଡା ଥାନା ଅଧିକାରୀ ଚତୁର୍ଭୁଜ ନାୟକ ସମେତ ଏସ ଏ କେ, ସୋସିଆଲ ୱେଲ୍ ଫେୟର, ସ୍ବାମୀ ବିବେକାନନ୍ଦ ଯୁବକ ସଂଘ, ଜିଲ୍ଲା ପରିଷଦ ସଭ୍ୟ ଏବଂ ତିନୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ସାମାଜିକ ଦୂରତା ବଜାୟ ରଖାଯାଇ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ରକ୍ତଦାନ ଶିବିରରେ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ଏହି ଶିବିରରେ ଏସଏକେର ନବୀନ କୁମାର, ସୋସିଆଲ ୱେଲଫେୟାରର ଗୋପୀନାଥ ମହାନନ୍ଦ, ସ୍ବାମୀ ବିବେକାନନ୍ଦ ଯୁବକସଂଘର ସଭାପତି ରାଜେଶ ଅଗ୍ରୱାଲ, ବିଜୁ ଯୁବବାହିନୀ ସଭାପତି ଟୁକୁ ମଙ୍ଗରାଜ, ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ, ସାମାଜିକ କର୍ମୀ ଶ୍ୟାମସୁନ୍ଦର ଅଗ୍ରୱାଲା, ଗୋଲାମୁଣ୍ଡା ପଞ୍ଚାୟତର ସରପଞ୍ଚ ରୁକ୍ମଣୀ ମଙ୍ଗରାଜ, ବୃନ୍ଦା ବାହାଲ୍ ପଞ୍ଚାୟତର ସରପଞ୍ଚ ହେମାଙ୍ଗିନୀ ରାଉତ, ମାନଝରି ପଞ୍ଚାୟତର ସରପଞ୍ଚ ଗିରିଧାରୀ ତେଜି ସମେତ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ଗୋଲାମୁଣ୍ଡା ଥାନା ଅଞ୍ଚଳର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ ।

Related posts