Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବେଗୁନିଆପଡା କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ ସହିତ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କଲେ ବିଧାୟିକା
ଆଞ୍ଚଳିକ

ବେଗୁନିଆପଡା କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ ସହିତ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କଲେ ବିଧାୟିକା

May 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ବେଗୁନିଆପଡା ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବ୍ଲକର ବିଭିନ୍ନ କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ କରିବା ସହିତ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବିଧାୟିକା । ଏହି କ୍ରମରେ ବିଧାୟିକ ଚିଙ୍ଗୁଡ଼ିଖୋଲ, ଚନ୍ଦନପୁର, ଏସ.ଛଚିନା, ବୁରୁଝରି, ସୁମଣ୍ଡଳ, ଶାଙ୍କୁଡ଼ା, ଷଣ୍ଢମୂଳ, ଅଙ୍ଗାରଗାଁ , କୁମ୍ଭାରଗାଁ, ତାଳସର, ବଡଖଇରଖମା, ଓଡିଶା ଆଦର୍ଶ ବିଦ୍ୟାଳୟ, ବେଗୁନିଆପଡା ଖଣ୍ଡିଆନଈ, ମର୍ଦ୍ଧକୋଟ ଆଦି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ ସେଣ୍ଟର ଗୁଡିକ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ, ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କ କାମକୁ ପ୍ରଶଂସା କରିଥିଲେ ବିଧାୟିକା ।

ସଂଗରୋଧ ଗୃହରେ ଥିବା ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଦିଆଯାଉଥିବା ଖାଦ୍ୟ ଓ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । 21ଦିନ ରହିବା କଷ୍ଟ ହେଲେ ମଧ୍ୟ ସରକାରଙ୍କ ନିୟମ ପ୍ରକାରେ ରହିବା ଫଳରେ ନିଜ ଜୀବନ, ପରିବାର ଓ ସମାଜର ସୁରକ୍ଷା ହୋଇପାରିବ ବୋଲି ପ୍ରବାସୀ ଶ୍ରମିକଙ୍କୁ ବୁଝାଇଥିଲେ ବିଧାୟିକା ।ଏଣୁ ସୁବିଧା ଅସୁବିଧାକୁ ନିଜର ଭାବି ଏହି ବିପର୍ଯ୍ୟୟ ସମୟରେ ପରସ୍ପର ସହଯୋଗ କରି କରୋନାର ମୁକାବିଲା କରିବାକୁ ଅନୁରୋଧ କରିଥିଲେ । ଏହି ସମୟରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ବିଜୁ ଶ୍ରମିକ ସାମୁଖ୍ୟର ଉପସଭାପତି ବିଜୟ କୁମାର ନାୟକ, ସରପଞ୍ଚ ହୃଷିକେଶ ମେହେଣ।, ସମାଜସେବୀ ଗୋପବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ସୀମା ନିର୍ଦ୍ଧାରଣକୁ ନେଇ ଦକ୍ଷିଣ ଭାରତର ଚିନ୍ତା କାହିଁକି? ୫ଟି ପ୍ରଶ୍ନରେ ବୁଝନ୍ତୁ ପୂରା କାହାଣୀ

August 9, 2026

କର୍କଟ ରୋଗର ବିପଦ ସୃଷ୍ଟି କରେ ବିପି ଔଷଧ!: ଆଶ୍ଚର୍ଯ୍ୟ କଲା ଡବ୍ଲୁଏଚ୍ଓ ରିପୋର୍ଟ 

August 9, 2026

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ଅରେଞ୍ଜ୍‌ ୱାର୍ଣ୍ଣିଂ

August 9, 2026

୩-୪ ଘଣ୍ଟା ମଧ୍ୟରେ ପାଇବେ ଗ୍ୟାସ ସିଲିଣ୍ଡର: ନୂତନ ସେବା ଆରମ୍ଭ କଲା ଇଣ୍ଡିଆନ ଅଏଲ

August 9, 2026

ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.