Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅବ୍ୟବସ୍ଥା ଘେରରେ କଳାହାଣ୍ଡି ଜିଲ୍ଲାରେ ରବିଧାନ ସଂଗ୍ରହ : ଟୋକନ ଧରି ବୁଲୁଛି ଚାଷୀ, ଖୋଲୁନି ଧାନମଣ୍ଡି
ଆଞ୍ଚଳିକ

ଅବ୍ୟବସ୍ଥା ଘେରରେ କଳାହାଣ୍ଡି ଜିଲ୍ଲାରେ ରବିଧାନ ସଂଗ୍ରହ : ଟୋକନ ଧରି ବୁଲୁଛି ଚାଷୀ, ଖୋଲୁନି ଧାନମଣ୍ଡି

May 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ରବିଧାନ ସଂଗ୍ରହ ପାଇଁ ମେ ମାସ ୧୦ ତାରିଖ ଠାରୁ ମଣ୍ଡି ଆରମ୍ଭ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଚିରାଚରିତ ଶୈଳୀରେ ଅଦ୍ୟାବଧି ମଣ୍ଡି ଖୋଲାଯାଇ ପାରିନାହିଁ । କେବଳ ଲୋକ ଦେଖାଣିଆ ଭାବରେ ନର୍ଲା ବ୍ଲକ ଭାନପୁରରେ ୧୧ ତାରିଖ ଦିନ, ୧୨ ତାରିଖ ଦିନ ଜୁନାଗଡ ବ୍ଲକ ନାନ୍ଦୋଳରେ ଏବଂ ୧୪ ତାରିଖ ଦିନ ନର୍ଲା ବ୍ଲକ ସିକେରକୁପା ଠାରେ ମଣ୍ଡି ଆରମ୍ଭ କରାଯାଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଜୁନାଗଡ ବ୍ଲକ ଅଂଚଳରେ ଶହ ଶହ ଚାଷୀଙ୍କ ପଂଜୀକରଣ ଅନୁସାରେ ଅନଲାଇନ ଟୋକନ ଇସ୍ୟୁ ହୋଇଥିବା ବେଳେ ଅନେକ ଚାଷୀଙ୍କ ଧାନ ଅମଳ ହୋଇ ଖରାରେ ଶୁଖାଇ ବିକ୍ରି ଯୋଗ୍ୟ ହୋଇଛି । ତଥାପି ସେସବୁ ଅଂଚଳରେ ମଣ୍ଡି ଖୋଲା ଯାଇନଥିବା ହେତୁ ଚାଷୀ ଅଯଥା ହଇରାଣ ହରକତ ହେଉଛନ୍ତି । ଏହା ସହିତ ଆମ୍ପାନ ସାମୁଦ୍ରିକ ବାତ୍ୟା କାରଣରୁ ବର୍ଷା ଆଶଙ୍କା କରି ଚିନ୍ତିତ ଥିବା ଜଣାପଡିଛି ।

ଜୁନାଗଡ ବ୍ଲକର ବଡ ମଣ୍ଡି ଭାବରେ ହାବସପୁର ମଣ୍ଡିରେ ପ୍ରତି ସିଜନରେ ୩୫ ହଜାରରୁ ଉର୍ଦ୍ଧ୍ୱ କ୍ୱିଂଟାଲ ଧାନ ଉଠାଣ ହୋଇଥାଏ । ଚଳିତ ରବିରେ ଧାନ ବିକିବା ପାଇଁ ଅନ୍ତର୍ଲାର ୬୭ ଜଣ ଚାଷୀ, ଅମ୍ବାଦୁଲାର ୭୫ ଜଣ, ହାବସପୁରର ୨୫୩ ଜଣ, କରଚଲାର ୧୧୯ ଜଣ ଓ କଛିମଡୋଲାର ୮ ଜଣ ଚାଷୀ ପଂଜୀକରଣ କରିଥିବା ଜଣାପଡିଛି । ହାବସପୁର ଠାରେ ଜୁନାଗଡ ଆରଏମସିର ବଜାର ପ୍ରାଙ୍ଗଣ ସମେତ ଗୋଦାମ ଓ କଢର ସେଡ ଇତ୍ୟାଦି ରହିଛି । ଚଳିତ ବର୍ଷ ପ୍ରଶାସନ ସେଠାରୁ ଏକ କି.ମି. ଦୂର ଅନ୍ତର୍ଲା ଠାରେ ପ୍ରାଇଭେଟ ଖୋଲା ପଡିଆରେ ଆଉ ଏକ ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା କରୁଥିବା ଜଣାପଡିଛି । ଏହି ଅଂଚଳର ଚାଷିମାନେ ମଇମାସ ୧୦ ତାରିଖ ଦିନ ମଣ୍ଡିରେ ଧାନ ବିକିବା ପାଇଁ ପି-ପାସ ଟୋକନ ପାଇସାରିଥିବା ବେଳେ ସେମାନଙ୍କ ଧାନ ଅମଳ କରାଯାଇ ବିକିବା ପାଇଁ ଧାନ ମଧ୍ୟ ପ୍ରସ୍ତୃତ ହୋଇସାରିଥିବା ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ । ଏପରିକି ଚାଷୀ ମାନଙ୍କ ତରଫରୁ ହାବସପୁର ପାକ୍ସ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଧାନ କିଣିବାକୁ ଜଣାଇଥିଲେହେଁ ପାକ୍ସ କର୍ତୃପକ୍ଷ ଅଦ୍ୟାବଧି ୧୫ ତାରିଖ ହୋଇଯାଇଥିଲେହେଁ ମଣ୍ଡି ଖୋଲିବାର ବ୍ୟବସ୍ଥା କରିନାହାନ୍ତି । ଏସଂପର୍କରେ କଳାହାଣ୍ଡି ଭାରପ୍ରାପ୍ତ ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ସେ ଆବଶ୍ୟକୀୟ ବ୍ୟବସ୍ଥା କରୁଥିବା କହିଛନ୍ତି । ଅନ୍ୟପକ୍ଷରେ ସମ୍ଭାବ୍ୟ ଆମ୍ଫାନ ବାତ୍ୟା ଜନିତ ବର୍ଷା ହୋଇଗଲେ ବିକ୍ରି ପାଇଁ ପ୍ରସ୍ତୃତ କରି ରଖିଥିବା ଧାନ ପ୍ରଭାବିତ ହେଲେ କର୍ତୃପକ୍ଷ ଦାୟୀ ରହିବେ ବୋଲି ଚାଷୀ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି ।

କଳାହାଣ୍ଡି ଜିଲ୍ଲାରେ ଚଳିତ ରବିରେ ୩୩ ହଜାର ୭୬୭ ଜଣ ଚାଷୀ ପଂଜୀକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରବି ଋତୁରେ ୧୬ଲକ୍ଷ ୨୩ ହଜାର ୫୦୦ କ୍ୱିଂଟାଲ ଧାନ ସଂଗ୍ରହ କରିବା କୁ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି । ସମଗ୍ର ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ୧୩୩ ମଣ୍ଡିରେ ୬୧ ଟି ପାକ୍ସ ଏବଂ ୨୩ ଟି ମହିଳା ଏସଏଚଜି ମାଧ୍ୟମରେ ସାମାଜିକ ଦୂରତ୍ୱ ବଜାୟ ରଖି ଦୈନିକ ୨ଟି ପର୍ଯ୍ୟାୟରେ ଗୋଟିଏ ମଣ୍ଡିରୁ ୫୦୦ କ୍ୱିଂଟାଲ ଧାନ ସଂଗ୍ରହ କରାଯାଇ ଯୋଗ୍ୟତା ହାସଲ କରିଥିବା ୬୨ ଟି ମିଲର୍ସକୁ ସାମିଲ କରାଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ । କିଛି ଅସାଧୁ ମିଲର୍ସ ଯୋଗାଣ ବିଭାଗକୁ ଏକ ପ୍ରକାର କବଜା କରି ମଣ୍ଡି ମାନଙ୍କରେ ମିଲର୍ସ ଟ୍ୟାଗିଂରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେବା ସହିତ ଅଦ୍ୟାବଧି ମଣ୍ଡି ଖୋଲାଯାଇନଥିବା ହେତୁ ଚାଷି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

paddy
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.