କିନ୍ନର ମହାସଂଘ ସାକ୍ଷୀ ତରଫରୁ ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

Published: May 23, 2020, 2:35 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର :ଆଜି ବ୍ରହ୍ମପୁର କିନ୍ନର ମହାସଂଘ ତଥା ସାକ୍ଷୀ ତରଫରୁ ଓଡିଶା ବାହାରେ ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଛି । କରୋନା ପାଇଁ ରାଜ୍ୟ ବାହାରେ ଥିବା ଶ୍ରମିକ ମାନେ ନିରୁପାୟ ହୋଇ ଚାଲି ଚାଲି ନିଜ ରାଜ୍ୟ କୁ ଫେରୁଛନ୍ତି ଏହାକୁ ଆଖି ଆଗରେ ରଖି ବ୍ରହ୍ମପୁରର ଅନେକ ସଙ୍ଘଠନ ସାହାଯ୍ୟ କରିବାକୁ ଆଗକୁ ଆସିଛି । ଏହି ପ୍ରବାସୀ ମାନଙ୍କୁ ଆଜି ବ୍ରହ୍ମପୁର କିନ୍ନର ମହାସଂଘ ସାକ୍ଷୀ ତରଫରୁ ଜାତୀୟ ରାଜପଥରେ  ପ୍ରାୟ 300 ଜଣଙ୍କୁ ରନ୍ଧା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ବୀଟି ସାହୁଙ୍କ ସମେତ ଶାନ୍ତି, ବର୍ଷା, ଆରତୀ, ବାସନ୍ତୀ, ପ୍ରୀତି, ରଞ୍ଜିତା, ବାବୁଲା, ଲଭ୍‌ଲି, ଭୂମିକା କିନ୍ନର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରବାସୀ ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ସହ ମାକ୍ସ ଓ ସାନିଟାଇସନ ମଧ୍ୟ୍ୟ ବଣ୍ଟନ ହୋଇଥିଲା ।

Related posts