ତିର୍ତ୍ତୋଲ ଆର୍.ଡବ୍ଲ୍ୟୁ.ଏସ୍.ଏସ୍ ବିଭାଗର ମନମାନି: ଅଭିଯୋଗ ପରେ ବି କାମ ହେଉନି

Published: May 25, 2020, 4:33 pm IST

ରମେଶ ମହାନ୍ତି

ଜଗତସିଂହପୁର: ଦ୍ରୁତ ବେଗରେ ସଂକ୍ରମଣ ହେଉଥିବା କରୋନା ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ଏନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏମିତିକି ଲକଡାଉନ୍ ସମୟରେ ଲୋକମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ତିର୍ତ୍ତୋଲ ଆର୍.ଡବ୍ଲ୍ୟୁ.ଏସ୍.ଏସ୍, ବିଭାଗର ବେପରୁଆ ମନୋଭାବ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ଆହାଣା ବାଲିଝରୀ ଗ୍ରାମରେ ସପ୍ଲାଇ ପାଣି ପାଇପ୍ ଫାଟି 15 ଦିନ ହେବ ଗାଁ ଦାଣ୍ଡରେ ପାଣି ଚାଲୁଛି। ଏନେଇ ସ୍ଥାନୀୟ ବାସିନ୍ଦା ତିର୍ତ୍ତୋଲ ଆର୍. ଡବ୍ଲ୍ୟୁ.ଏସ୍.ଏସ୍,କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ସପ୍ଲାଇ ପାଣି ପାଇପ୍ କୁ ମରାମତି କରାଯାଉନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯାହାଫଳରେ ସପ୍ଲାଇ ପାଣି ଆସିବା ସମୟରେ ଗାଁ ଦାଣ୍ଡରେ ଚାଲୁଛି ପାଣିର ସୁଅ। ଲକଡାଉନ୍ ସମୟରେ ତିର୍ତ୍ତୋଲ ଆର୍.ଡବ୍ଲ୍ୟୁ.ଏସ୍.ଏସ୍ ବିଭାଗର ଏଭଳି ବେପରୁଆ ମନୋଭାବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Related posts