ଆମ୍ପାନ୍ ମୃତକଙ୍କ ପରିବାରକୁ ମୁରାରୀ ବାପୁଙ୍କ ସହାୟତା

Published: May 25, 2020, 8:27 pm IST

ରମେଶ ମହାନ୍ତି
ଜଗତସିଂହପୁର : ଆମ୍ପାନ ମହାବାତ୍ୟାରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହି ଅଘଟଣରେ ଦୁଃଖ ପ୍ରକାଶ କରି ମହୁବା ଗୁଜୁରାଟର ସନ୍ଥ ଶ୍ରୀ ମୋରାରୀ ବାପୁ ଶୋକ ସନ୍ତପ୍ତ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି । ସନ୍ଥ ଶ୍ରୀ ମୁରାରୀ ବାପୁ ଆମ୍ପାନ ମହାବାତ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସ୍ୱଳ୍ପ ଆର୍ଥିକ ସହାୟତା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମାଣିତ୍ରି ଗାଁରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ସିନ୍ଧୁ ସାମଲଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସନ୍ଥ ଶ୍ରୀ ମୁରାରୀ ବାପୁଙ୍କ ଅନୁଗତ ତଥା ପ୍ରତିନିଧି ସ୍ୱରୁପ ନାୟକ ମାଣିତ୍ରି ଗାଁରେ ପହଞ୍ଚି ମୃତ ସିନ୍ଧୁ ସାମଲଙ୍କ ପରିବାରକୁ ସମବେଦନା ଜଣାଇବା ସହାୟତା ରାଶି ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ସନ୍ଥ ଶ୍ରୀ ମୁରାରୀ ବାପୁଙ୍କ ସହାୟତା ପ୍ରଦାନକୁ ତିର୍ତ୍ତୋଲ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।

Related posts