ହାପି ୱିଙ୍ଗସ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

Published: May 25, 2020, 9:37 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ସଂପ୍ରତି ଦେଶ ତଥା ବିଶ୍ୱରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଲକ୍‌ଡ଼ାଉନ୍ ଚାଲିଥିବା ସମୟରେ ରାଜ୍ୟରେ ଯେପରି କୌଣସି ଲୋକ ଭୋକରେ ନରୁହେ ସେଥିପାଇଁ ଅନେକ ସଂସ୍ଥା ଆଗେଇ ଆସିଛନ୍ତି । କିଛି ଉତ୍ସାହୀ ଯୁବକଙ୍କୁ ନେଇ ଗଠିତ ହାପି ୱିଙ୍ଗସ୍ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ସମୟରେ ଖାଦ୍ୟ ବଣ୍ଟନ କରୁଛି । ବୃଦ୍ଧ, ଗରିବ, ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରୁଛନ୍ତି ସଂସ୍ଥାର ସ୍ବେଚ୍ଛାସେବୀ । ବ୍ରହ୍ମପୁର ସହରର ରେଳଷ୍ଟେସନ ନିକଟ, ଉତ୍ତରେଶ୍ୱର ମନ୍ଦିର ନିକଟରେ ପ୍ରତ୍ୟେହ ରବିବାର ଦିନ ଏହି କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଅନ୍ୟୁନ 50 ଜଣଙ୍କୁ ଏଠାରୁ ଖାଦ୍ୟ ବଣ୍ଟନ କରାଯାଉଥିବା କଥା ସଂଗଠନର ସଭ୍ୟ ଶ୍ରୀଧର ମିଶ୍ର ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦିନେଶ, ଲଗ୍ନଜୀତା, ଅର୍ପିତା, ଜ୍ୟୋତିର୍ମୟୀ, ଆଶିଷ, ମୀନକେତନ, ସ୍ୱାଗତିକା, ସୋମନାଥ, ରାଜେନ୍ଦ୍ର ପ୍ରମୁଖ ସ୍ବେଚ୍ଛାସେବୀ ଭାବରେ ଅଂଶଗ୍ରହଣ କରିଛନ୍ତି ।

Related posts