ରେଢାଖୋଲର ଶୁଣ୍ଢିମୁଣ୍ଡାରେ ପାନୀୟ ଜଳର ଉତ୍କଟ ଅଭାବ

Published: May 26, 2020, 7:01 pm IST

କନ୍ଦର୍ପ ବେହେରା
ରେଢାଖୋଲ : ଦିନକୁ ଦିନ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ବଢିଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଂଚଳରେ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ୍‌ଏସିର ଶୁଣ୍ଡିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ରେଢାଖୋଲ ଏନ୍‌ଏସିର ଓାର୍ଡ ନଂ ୨ ର ଏହି ଗ୍ରାମରେ ଶତାଧିକ ଲୋକ ବାସ କରୁଛନ୍ତି । ପାଣି ମୁନ୍ଦାଏ ପାଇଁ ବାଧ୍ୟ ହୋଇ ଗ୍ରାମବାସୀ ନିକଟସ୍ଥ କେରାଣ୍ଡିଜୋରକୁ ଯାଉଛନ୍ତି ଏବଂ ଅପରିଷ୍କାର ପାଣିକୁ ବ୍ୟବହାର କରୁଛନ୍ତି ।

ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଆଗରୁ ଉଚ୍ଚ କତୃପକ୍ଷଙ୍କୁ ଲିଖିତାକାରରେ ଜଣାଇଥିଲେ ହେଲେ ଏ ପର୍ଯ୍ୟନ୍ତ ପାନୀୟ ଜଳର ସୁବିଧା ହୋଇ ପାରିଲା ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ପାନୀୟ ଜଳର ସୁବିଧା କରା ନ ଗଲେ ଆଗାମୀ ଦିନରେ ବୌଦ୍ଧ-ରେଢାଖୋଲ ରାଜପଥକୁ ଅବରୋଧ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗ୍ରାମବାସୀ ଆଜି ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲଙ୍କୁ ସାକ୍ଷାତ କରି ଏ ସମ୍ପର୍କିତ ଦାବିପତ୍ର ଦେଇଛନ୍ତି ।

Related posts