
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର :କରୋନା ଲଢ଼େଇରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତିବିଶେଷ ନିଜକୁ ସାମିଲ କରିଛନ୍ତି । ଏହିଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା କରୋନା ଯୋଦ୍ଧାଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସମ୍ମାନିତ କରିଛନ୍ତି । ସ୍ୱେଚ୍ଛାକୃତ ଭାବେ ସାମାଜିକ କାର୍ଯ୍ୟ ପାଇଁ ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏନ୍. ଧନଞ୍ଜୟ ରାଓ, ବିଜୟ ସାମଲ, ଅକ୍ଷୟ ପତି, ଶ୍ରୀକାନ୍ତ ସାବତଙ୍କୁ ସାଂସଦ ଏବଂ ବିଧାୟକ କାର୍ଯ୍ୟାଳୟରେ ଆଜି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସଂଜିବ ପାଣିଗ୍ରାହୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ମଦନ ଦଳାଇ, ଏସ୍କେ ସ୍ୱାଇଁ ଉପସ୍ଥିତ ଥିଲେ ।