ଲୁହାପଙ୍କରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ : ସ୍ଥାନୀୟ ଅଂଚଳରେ ଛନକା

Published: May 31, 2020, 6:21 pm IST

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରେଢାଖୋଲ ବ୍ଲକ୍ ଲୁହାପଙ୍କ ହାଇସ୍କୁଲରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟରର ଜନୈକ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣା ପଡିଛି । ଆକ୍ରାନ୍ତଙ୍କୁ ତାଳଚେର କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଅଂଚଳରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି ।

ଗତ 17 ତାରିଖରେ ଲୁହାପଙ୍କର ତ୍ରିବଣପୁର ଗ୍ରାମପଂଚାୟତ ଖଣ୍ଡାମ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ବାହାରିଥିଲା । ଆଜି ଆଉ ଜଣଙ୍କ ଠାରୁ କରୋନାପଜିଟିଭ୍ ବାହାରିଲା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

Related posts