ବେଆଇନ ଚୋରା ଦେଶୀମଦ ଚାଲାଣ : ୩ ଗିରଫ

Published: May 31, 2020, 10:00 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବେଆଇନ ମଦ ଚାଲାଣ ଅଭିଯୋଗରେ ଆଜି ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଚିକିଟିର ଶ୍ରୀକାନ୍ତ ବେହେରା, ବ୍ରହ୍ମପୁରର ରବୀନ୍ଦ୍ର କୁମାର ନାୟକ ଏବଂ ସୁରଜ ହାତୀ । ଘଟଣାରୁ ପ୍ରକାଶ ଯେ ଏହି ତିନିଜଣ ଦୁଇଟି ମୋଟର ସାଇକେଲ୍‌ରେ ଦିଗପହଣ୍ଡି ଅଂଚଳରେ ବେଆଇନ ଦେଶୀ ମଦ ଧରି ଯାଉଥିବାବେଳେ ଅବକାରୀ ବିଭାଗ ଅଟକାଇଥିଲା । ଏମାନଙ୍କ ନିକଟରୁ ତିନୋଟି ବ୍ୟାରେଲ୍‌ରେ ଥିବା ୩୭ ଲିଟର ଦେଶୀମଦ ଜବତ ହୋଇଛି । ଏହା ସହ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରାଯାଇଛି ।

Related posts