ବେଗୁନିଆପଡା ବ୍ଲକର ବୁରୁଝରୀ ପଞ୍ଚାୟତ ସଟ୍‌ଡାଉନ

Published: Jun 2, 2020, 8:53 pm IST

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବୁରୁଝରୀ ପଞ୍ଚାୟତକୁ ସଟଡାଉନ କରାଯାଇଛି । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ କସ୍ତୁରୀ ପରିଡା । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବୁରୁଝରୀ ପଞ୍ଚାୟତ ସରପଂଚ । ଉକ୍ତ ପଞ୍ଚାୟତରେ କେତେ ଜଣ କରୋନା ପଜେଟିଭ ଥିବା ଜାଣିବା ପରେ ଆଜି ପଞ୍ଚାୟତକୁ ସାତ ଦିନିଆ ସଟଡାଉନ କରାଯାଇଛି । ଡାକ ବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଞ୍ଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି ସରପଂଚ ।

ଆଜି ସନ୍ଧ୍ୟା 5ଟା ଠାରୁ ଉକ୍ତ ପଞ୍ଚାୟତରେ ସଟଡାଉନ ଜାରି କରାଯାଇଛି । ଉକ୍ତ ପଞ୍ଚାୟତ ଅଧୀନରେ ବୁରୁଝରୀ, ପି.ନୁଆଗାଁ, କନିଆରୀବାଡ଼ି ପ୍ରଭୁତି ଗାଁ ଆସୁଥିବା ବେଳେ ପଂଚାୟତର ସମସ୍ତ ଗ୍ରାମରେ ସଟଡାଉନ କଡାକଡ଼ି ଭାବେ ପାଳନ କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି । ବେଗୁନିଆପଡା ବ୍ଲକର ପ୍ରଥମ ପଞ୍ଚାୟତ ଭାବେ ବୁରୁଝରୀ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ।

Related posts