ରଙ୍ଗତୂଳୀରେ କରୋନା ସଚେତନତା ସୃଷ୍ଟି କରୁଛନ୍ତି ସୁଧୀର

Published: Jun 5, 2020, 7:05 pm IST

କନ୍ଦର୍ପ ବେହେରା
ରେଢାଖୋଲ : ମହାମାରୀ କରୋନା ସାରାବିଶ୍ୱ ଅର୍ଥନିତିକୁ ଦୋହଲାଇ ଦେଇଥିବା ବେଳେ ଏକ ଅନନ୍ୟ ଉପାୟରେ ସଚେତନତା ସୃଷ୍ଟି କରିଛନ୍ତି ରେଢାଖୋଲର ଯୁବ ଚିତ୍ରଶିଳ୍ପୀ ସୁଧିର ସ୍ୱାଇଁ । ପୂର୍ବରୁ ଅନେକ ସମୟରେ ନୂତନ ଶୈଳୀରେ ରାସ୍ତା ପାଶ୍ୱର୍ରେ ଜନସଚେତନତା ସୃଷ୍ଟି ପାଇଁ ଚିତ୍ର ଆଙ୍କି ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି । ସାରା ବିଶ୍ୱ ଏବେ ଲକଡାଉନରେ ଥିବା ବେଳେ କାନ୍‌ ଭାସରେ କରୋନା ଠାରୁ ଜନସାଧାରଣ କିପରି ଦୂରେଇ ରହିବେ ସେ ସଂପର୍କରେ ଏକ ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ସୁଧୀର । ରେଢାଖୋଲ ମାଟିର କବି ସନ୍ଥକବିଙ୍କ ପ୍ରତିଛବି ମାଧ୍ୟମରେ ମାକ୍ସ ଏବଂ ସାନିଟାଇଜର ବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି ପାଇଁ ସେ ଚିତ୍ର ମାଧ୍ୟମରେ ଏ ପ୍ରୟାସ ଜାରି ରଖିଛନ୍ତି ।

ଭୀମଭୋଇଙ୍କ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ବାଣୀକୁ ମଧ୍ୟ ଭିନ୍ନ ଶୈଳୀରେ କାନ୍‌ଭାସରେ ପ୍ରଦର୍ଶିତ କରିଛନ୍ତି । ସଂପ୍ରତି ଯେତେଦିନ ପର୍ଯ୍ୟନ୍ତ ଏହି ମହାମାରିକୁ ପ୍ରତିହତ କରିବା ପାଇଁ କୌଣସି ଔଷଧ ନ ବାହାରିଛି ସେ ପର୍ଯ୍ୟନ୍ତ ମାକ୍ସ ଓ ସାନିଟାଇଜର ବ୍ୟବହାର ମୂଖ୍ୟ ମହୋଷଧୀ ବୋଲି କାନ୍‌ଭାସରେ ଚିତ୍ରମାଧ୍ୟମରେ ସଚେତନତା ବାର୍ତା ଦେଇଛନ୍ତି ଚିତ୍ରଶିଳ୍ପୀ ସୁଧିର ସ୍ୱାଇଁ । ସେ ଏହି କଳାକୃତିକୁ ଲଳିତକଳା ଏକାଡେମି ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ଦେବେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

Related posts