Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାର ବାତ୍ୟା ଅମ୍ପାନ୍ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାର ବାତ୍ୟା ଅମ୍ପାନ୍ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

June 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାର ବାତ୍ୟା ଅମ୍ପାନ୍ କ୍ଷତିଗ୍ରସ୍ତ ପାରାଦ୍ବୀପ, କୁଜଙ୍ଗ ଓ ଏରସମା ଅଞ୍ଚଳ ପରିଦର୍ଶନ କଲେ ଭାରତ ସରକାରଙ୍କ କେନ୍ଦ୍ରୀୟ ପ୍ରତିନିଧି ଦଳ। ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରୀୟ ପ୍ରତିନିଧିର ଅମରିଶପାଲ୍ ସିଂ ଭାରତ ସରକାରଙ୍କ କେନ୍ଦ୍ରୀୟ ମନ୍ତ୍ରଣାଳୟର ସୁପରିଟେଣ୍ଡିଂ ଇଂଜିନିୟରଙ୍କ ନେତୃତ୍ୱରେ ନିର୍ଦ୍ଦେଶକ, ଶକ୍ତି ମନ୍ତ୍ରଣାଳୟର ଶ୍ରୀ ଏନ୍.ଆର୍.ଏଲ୍.କେ ପ୍ରସାଦ ଓ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ ଏବଂ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଓଡ଼ିଶା ସରକାରଙ୍କ ସେଣ୍ଟ୍ରାଲ ଫ୍ଲଡ୍ ଡିଭିଜନ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଜେ.କେ ତ୍ରିପାଠୀ ଜିଲ୍ଲାରେ ଅମ୍ପାନ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ କେନ୍ଦ୍ରୀୟ ପ୍ରତିନିଧି ଦଳ ପାରାଦ୍ବୀପ ମାଛଧରା ବନ୍ଦର ପରିଦର୍ଶନ କରି କ୍ଷତିଗ୍ରସ୍ତ ଡଙ୍ଗା ଓ ମତ୍ସ୍ୟଜୀବୀଙ୍କୁ ଭେଟି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ।

ଏହାପରେ କୁଜଙ୍ଗ ବ୍ଲକର ପାରାଦ୍ବୀପଗଡ ପଞ୍ଚାୟତର ଚାନ୍ଦିନୀ ଗ୍ରାମ,ନୁଆଗଡ ପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପ୍ରାଥମିକ କ୍ଷୟକ୍ଷତିର ଆକଳନ କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କୁ ପ୍ରଦାନ କରିଥିଲେ। ଅମ୍ପାନ୍ ବାତ୍ୟା ପ୍ରଭାବରେ ଜିଲ୍ଲାର ୨୯୯ଟି ଆଶ୍ରୟ ସ୍ଥଳୀରେ ୧୬,୯୪୫ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲାରେ ୧୦.୭୪ ହେକ୍ଟର ଚାଷଜମି,୫୮.୫୮ ହେକ୍ଟର ଉଦ୍ୟାନ କୃଷି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୫୪ଟି ପାନବରଜ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାର ୬୯ଟି ପଞ୍ଚାୟତର ୧୧୪୩ଟି ଗାଁର କୃଷି ଓ ଉଦ୍ୟାନ କୃଷି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅମ୍ପାନ୍ ବାତ୍ୟା ଜନିତ ୬ଟି ଦୁଧିଆଳୀ ଗାଈ,୨ଟି ବଳଦ ଏବଂ ୮୭୦ଟି କୁକୁଡ଼ା ମୃତାହତ ହୋଇଛନ୍ତି। ପାରାଦ୍ଵୀପ ମାଛଧରା ବନ୍ଦରର ଗୋଟିଏ ବିଲଡିଙ୍ଗ ଓ ୯ଟି ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ୯ଟି ପକ୍କାଘର ଆଂଶିକ କ୍ଷତି ହୋଇଥିବା ବେଳେ ୩୭୮ଟି କଚ୍ଚାଘର ଆଂଶିକ କ୍ଷତି, ୨ଟି କୁଡିଆ ଘର, ୭୫ଟି ଗୁହାଳଘର କ୍ଷତିଗ୍ରସ୍ତ ହୋଇଛି।ଜିଲ୍ଲାରେ ୧୩୬୯ଟି ବିଦ୍ୟୁତ୍ ଖୁଣ୍ଟି ଏବଂ ୫୧ଟି ଡି.ଟି.ଆର୍ କ୍ଷତିଗ୍ରସ୍ତ ହୋଇଛି।

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ୩୦ଟି ପ୍ରକଳ୍ପ ,ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପ, ୧୩୮ଟି ବିଦ୍ୟାଳୟ ଗୃହ ,ପୂର୍ତ୍ତ ବିଭାଗର ରାସ୍ତା ଏବଂ ବ୍ରିଜ୍ ,ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏତଦବ୍ୟତୀତ ଜଙ୍ଗଲ ବିଭାଗର ସବୁଜ ମହାନଦୀ ମିଶନ ପ୍ଲାଣ୍ଟେସନ୍, ଭିତ୍ତିଭୂମି ,ମନରେଗା ଆଭେନ୍ୟୁ ପ୍ଲାଣ୍ଟେସନ ଜନିତ ଜଙ୍ଗଲ ବିଭାଗର ମୋଟ୍ ୨୦.୭୬ଲକ୍ଷ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ ବିଭାଗର ୫୯୦.୧୩ ଲକ୍ଷ,ଗ୍ରାମାଞ୍ଚଳ ଜଳ ଯୋଗାଣ ପ୍ରକଳ୍ପର ୩୦ଲକ୍ଷ, ଜନସ୍ବାସ୍ଥ୍ୟ ବିଭାଗର ୪୫.୨୫ଲକ୍ଷ, ବିଦ୍ୟାଳୟ ଗୃହ ବାବଦରେ ୨୭୯.୧୦ ଲକ୍ଷ, ପୂର୍ତ୍ତ ବିଭାଗର ୫୮.୯୫ଲକ୍ଷ ରାସ୍ତା, ରୋଡ୍ ଓ ସି.ଡି ବ୍ରିଜର ୫୪.୧୮ଲକ୍ଷ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ୫୬.୩୮ଲକ୍ଷ କ୍ଷୟକ୍ଷତି ହୋଇଛି। କେନ୍ଦ୍ରୀୟ ପ୍ରତିନିଧି ଦଳ ପାରାଦ୍ବୀପଗଡ, ନୂଆଗଡ ପଞ୍ଚାୟତ, ଏରସମା ବ୍ଲକର ଜପା, ଢିଙ୍କିଆ, ଗଡକୁଜଙ୍ଗ ପଞ୍ଚାୟତ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ। ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ କାହ୍ନୁ ଚରଣ ଧୀର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ମହାପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ,କୁଜଙ୍ଗ ତହସିଲଦାର ଓ ଅତିରିକ୍ତ ତହସିଲଦାର ,ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନେ ପ୍ରତିନିଧି ଦଳଙ୍କ ସହିତ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.