ନାକଟିଦେଉଳ କନିଷ୍ଠ ମହାବିଦ୍ୟାଳୟରେ ଅନଲାଇନ୍ ସ୍ୱଚ୍ଛତା କ୍ୟାମ୍ପସ କର୍ମଶାଳା

Published: Jun 6, 2020, 6:59 pm IST

କନ୍ଦର୍ପ ବେହେରା
ରେଢାଖୋଲ : ବିଶ୍ୱ ପରିବେଶ ଦିବସ ଅବସରରେ ନାକଟିଦେଉଳ କନିଷ୍ଠ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସ୍ୱଚ୍ଛତା କ୍ୟାମ୍ପସ ସଂପର୍କରେ ଏକ ଅନଲାଇନ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କନ୍ଦର୍ପ ରାଉଳଙ୍କ ପୌରହିତ୍ୟରେ ଏବଂ ଏନ୍‌ଏସ୍‌ଏସର ପୋଗ୍ରାମ୍ ଅଫିସର ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ଦାଶଙ୍କ ପରିଚାଳନାରେ ଉକ୍ତ ଅନଲାଇନ୍ କର୍ମଶାଳା ଗୁଗୁଲମେଟ୍ ମାଧ୍ୟମରେ ସଂପାଦିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ଡଃ ଦୀପେନ୍ କୁମାର ପଟ୍ଟନାୟକ ଆଲୋଚକ ଭାବରେ ଯୋଗଦେଇ ପରିବେଶ ପ୍ରଦୂଷଣ ସମସ୍ୟା, ସ୍ୱଚ୍ଛ ଭାରତ ଅଭିଯାନର ପ୍ରାସଙ୍ଗିକତା ଓ ସ୍ୱଚ୍ଛତା କ୍ୟାମ୍ପସ ପରିଚାଳନା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଡକ୍ଟର ପ୍ରଶାନ୍ତ ଦାସ କର୍ମଶାଳାର ବିଭିନ୍ନ ଦିଗ , ଛାତ୍ରଛାତ୍ରୀଙ୍କର ଭୂମିକା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଦାୟିତ୍ୱ ସଂପର୍କରେ ବିଶ୍ଳଷଣ କରିଥିଲେ । ଉକ୍ତ ଅନଲାଇନ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମାନସ ମହାପାତ୍ର, ମିତାଞ୍ଜଳି ସାହୁ, ମୋନାଲିସା ସାହୁ, ହେମାନନ୍ଦ ସାହୁ, ଗୀତାଞ୍ଜଳୀ ସାହୁ, ବନମାଳୀ ସାହୁ, ଆଲୋକ ନାଏକ, ସୋହନ ଦାଶ ଓ ରୋଜାଲିନ୍ ସାହୁ ଯୋଗଦେଇ ନିଜସ୍ୱ ମତ ଉପସ୍ଥାପନ କରିବା ସହିତ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ସଂପର୍କରେ ବୃତଚିତ୍ର ପ୍ରଦର୍ଶନ କରାଯିବା ସହିତ ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା । ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts