Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏରସମା : ସଙ୍ଗରୋଧ କେନ୍ଦ୍ରରେ ଜନ୍ମଦିନ ପାଳିଲେ ପ୍ରବାସୀ, ସାମିଲ ହେଲେ ସରପଞ୍ଚ
ଆଞ୍ଚଳିକ

ଏରସମା : ସଙ୍ଗରୋଧ କେନ୍ଦ୍ରରେ ଜନ୍ମଦିନ ପାଳିଲେ ପ୍ରବାସୀ, ସାମିଲ ହେଲେ ସରପଞ୍ଚ

June 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କୁ ରହିବା ପାଇଁ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। କେତେକ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ପ୍ରବାସୀ ଓଡ଼ିଆଙ୍କ ହରକତ ତ ଆଉ କେଉଁଠି ଅନ୍ତେବାସୀଙ୍କୁ ମାଡମାରିବା ଭିଡିଓ ଭାଇରାଲ ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ମାତ୍ର ଆମେ ଏମିତି ଏକ ସଙ୍ଗରୋଧ କେନ୍ଦ୍ର କଥା ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯେଉଁଠି ଅନ୍ତେବାସୀ ପ୍ରବାସୀ ଓଡ଼ିଆଙ୍କ ପିଲାମାନଙ୍କର ଜନ୍ମଦିନ ପାଳନ ସହ କେନ୍ଦ୍ରରୁ ବିଦାୟ ବେଳେ ଅନ୍ତେବାସୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଉଛି।

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିଶପୁର ପଞ୍ଚାୟତର ଏ ହେଉଛି ଗାରିଆ ସଙ୍ଗରୋଧ କେନ୍ଦ୍ର।ଏହି ସଙ୍ଗରୋଧ କେନ୍ଦ୍ରରେ ରାଜ୍ୟ ବାହାରୁ ଆସିଥିବା ଏରସମା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରବାସୀ ଓଡ଼ିଆ ମାନଙ୍କୁ ରଖାଯାଇଛି। ରାଜ୍ୟର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଭିନ୍ନଭିନ୍ନ କଥାକୁ ନେଇ ଭିଡିଓ ଭାଇରାଲ ହେଉଥିବା ବେଳେ ଏଠାରେ ନିଆରା ଢଙ୍ଗରେ ରହୁଛନ୍ତି ଅନ୍ତେବାସୀ। ସ୍ଥାନୀୟ ଗଡହରିଶପୁର ପଞ୍ଚାୟତର ସରପଞ୍ଚ ଭୀମସେନ ରାଉତ ଓ ତାଙ୍କର ସହକର୍ମୀମାନେ ଅନ୍ତେବାସୀଙ୍କୁ ଅତି ଆଦରର ସହ ସତ୍କାର କରିଥିଲେ। ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରେ କାମକରୁଥିବା କେତେକ ପରିବାର ଏହି ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ସେମାନେ କିପରି ନିଜଘରେ ରହିଲା ପରି ଅନୁଭବ କରିବେ ସେଥିପାଇଁ ଯଥା ସମ୍ଭବ ପ୍ରୟାସ କରାଯାଇଥିଲା।ସଙ୍ଗରୋଧ କେନ୍ଦ୍ରରେ ଜନୈକ ଅନ୍ତେବାସୀ ଛୋଟପିଲାର ଜନ୍ମଦିନକୁ ଧୁମଧାମରେ ପାଳନ କରାଯାଇଥିଲା।ବେଲୁନ ଟାଙ୍ଗି,କେକ୍ କାଟି ସମସ୍ତ ପ୍ରବାସୀ ଓଡ଼ିଆମାନଙ୍କ ସହ ଜନ୍ମଦିନର ଖୁସିର ମାହଲରେ ସରପଞ୍ଚ ସାମିଲ ହୋଇଥିଲେ।ଯାହାକୁ ନେଇ ଅନ୍ତେବାସୀମାନେ ଖୁସିବ୍ୟକ୍ତ କରିଥିଲେ।

ବିଭିନ୍ନ ରାଜ୍ୟରୁ ଆସି ଗାରିଆ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନଙ୍କୁ ସ୍ଥାନୀୟ ସରପଞ୍ଚ ଓ ସହକର୍ମୀମାନଙ୍କ ଆତିଥେୟତା ନିଆରା ସମ୍ପର୍କରେ ଯୋଡିଦେଇଥିଲା।୧୪ଦିନ ରହଣି ଶେଷରେ ଏହି ସଙ୍ଗରୋଧ କେନ୍ଦ୍ରରୁ ବିଦାୟନେଇ ଘରକୁ ଫେରୁଥିବା ସମସ୍ତ ଅନ୍ତେବାସୀଙ୍କୁ ଅଙ୍ଗବସ୍ତ୍ର,ପୁଷ୍ପ ଓ ସାନିଟାଇଜର ଦେଇ ସରପଞ୍ଚ ଓ ତାଙ୍କ ଟିମ ବିଦୟକାଳିନ ସମ୍ବର୍ଦ୍ଧନା ଦେବା ଏକ ଭାବବିହ୍ୱଳ ପରିବେଶ ସହ ନିଆରା ପରମ୍ପରା ସୃଷ୍ଟି କରିଥିଲା। ସଙ୍ଗରୋଧ କେନ୍ଦ୍ର ଆଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ପର୍ବକୁ ଉପଭୋଗ କରିଥିଲେ ସମସ୍ତେ।ଏହାକୁ ନେଇ ଖୁସିବ୍ୟକ୍ତ କରିବା ସହ ସରପଞ୍ଚ ଓ ତାଙ୍କ ଟିମକୁ ପ୍ରଶଂସା କରିଥିଲେ ଅନ୍ତେବାସୀ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ସୋନପୁର ପୋଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

August 10, 2026

୩ ଟି ସ୍ୱର୍ଣ୍ଣ ପଦକ ସହ ହ୍ୟାଟ୍ରିକ୍ ଅର୍ଜନ କଲେ ଓଡ଼ିଶାର ସୌରଭ ପୁଟେଲ

August 10, 2026

କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ

August 10, 2026

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.