ସଫେଇ କର୍ମଚାରୀଙ୍କୁ ବିଜେପିର ସମ୍ବର୍ଦ୍ଧନା

Published: Jun 11, 2020, 9:52 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟି ବିଜେପି ମଣ୍ଡଳ ତରଫରୁ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି । ଗେଟ୍‌ବଜାର ନିକଟସ୍ଥ କେନାଳ ସାହି ହନୁମାନ ମନ୍ଦିର ନିକଟରେ ମଣ୍ଡଳ ସଭାପତି ଏସ୍‌. ଶ୍ରୀନିବାସ ରାଓ ଓ ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦିକା ଏସ୍‌. ରାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କାହ୍ନୁଚରଣ ପତି ଯୋଗଦେଇ କରୋନା ମହାମାରୀ ସମୟରେ ନିଜ କର୍ତ୍ତବ୍ୟରେ ଅଟଳ ରହି ସେବା ପ୍ରଦାନ କରୁଥିବା ସଫେଇ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନିଲ କମାର ସାହୁ, ମଦନ ମୋହନ ପାତ୍ରଙ୍କ ସମେତ ବି. ପ୍ରବୀଣ କୁମାର, ଧନୁ ପାଣିଗ୍ରାହ. ଶରତ ମହାରଣା, ଆଚାରୀ ବାସୁ, ସୂର୍ଯ୍ୟନାହାକ, ସଂଜୀବ ବେହେରା, ଭେଙ୍କଟ ରାଓ, ଶ୍ରୀମତୀ କୁନି ଦାସ, ଲିପି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସାମାଜିକ ଦୂରତା ବଜାୟ ରଖି ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Related posts