ଚିଲିକାର ସୋରଣ ଗ୍ରାମରେ ଆର.ଏସ.ଏସ. ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର

Published: Jun 12, 2020, 2:10 pm IST

ସୋରଣ : ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର.ଏସ.ଏସ) ଏବଂ ଦି ବ୍ଲଡ଼ ଡୋନର୍ସ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳି କେନ୍ଦ୍ରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ କୁହୁଡି ଫାଣ୍ଡି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତ ଶ୍ରୀ ଜଗନ୍ନାଥ ଓ ଭାରତମାତାଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ଦେଇ  ଉଦଘାଟନ କରିଥିଲେ।  କରୋନା ଗାଇଡ଼ଲାଇନ ଅନୁଯାୟୀ ଉକ୍ତ ଶିବିରରେ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନର ବ୍ୟବସ୍ଥା କରାଯାଇଥିଲା।

ଉକ୍ତ ଶିବିରରେ ପାଖାପାଖି ୫୦ରୁ ଅଧିକ ସ୍ବେଛାସେବୀ ରକ୍ତଦାନ ପାଇଁ ଆସିଥିବା ବେଳେ ସରକାରଙ୍କ କୋଭିଡ଼ ନିୟମ ଅନୁଯାୟୀ କେବଳ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ତରଫରୁ ଡା : ସୌରଭ ରଞ୍ଜନ ସାହୁ, ଅରୁଣ କୁମାର ସାହୁ, ଵିଚିସ୍ମିତା ପୁହାନ, ଅମିତା ନାୟକ ଓ ରଶ୍ମିରଂଜନ ମହାରଣା  ଆଦି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ସମ୍ପୂର୍ଣ ଶିବିରକୁ ଆର.ଏସ.ଏସ. ଖୋର୍ଦ୍ଧା ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ସନ୍ତୋଷ କୁମାର ସାହୁ, ଚିଲିକା ଖଣ୍ଡ କୋଭିଡ଼ ୧୯ ସେବା ପ୍ରମୁଖ ସୁକାନ୍ତ ବେହେରା ଓ ଦି ବ୍ଲଡ଼ ଡୋନର୍ସ,ଓଡ଼ିଶା ସଭାପତି ରଞ୍ଜନ କୁମାର ମହାପାତ୍ର ପରିଚାଳନା କରିଥିବାବେଳେ ଜମ୍ବେଶ୍ୱର ଯୁଝିଆରସିଂ ଓ ସୋରଣର ସମସ୍ତ ସ୍ୱୟଂସେବକ ଭାଇମାନେ ସହଯୋଗ କରିଥିଲେ ।

Related posts