ଯାତ୍ରୀବାହୀ ବସ୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା

Published: Jun 12, 2020, 9:41 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ସଦରଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଇଟା ବୋଝେଇ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଇନ୍ଦ୍ରାବତିରୁ ଯାତ୍ରୀ ନେଇ ବ୍ରହ୍ମପୁର ଅଭିମୁଖେ ଆସୁଥିବା ମା’ ଆଦିଶକ୍ତି ନାମକ ଏକ ଘରୋଇ ବସ୍ ଏବଂ ବ୍ରହ୍ମପୁର ପଟୁ ଯାଉଥିବା ଏକ ଇଟା ବୋଝେଇ ଟ୍ରାକ୍ଟରଟିର ବାଘଝରି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ରକଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ଖବରପାଇ ସଦରଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

Related posts