Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଛତ୍ରପୁର ବ୍ଲକ୍‌ର ୬ଟି ଗ୍ରାମ ୫ ଦିନ ପାଇଁ ସଟ୍‌ଡ଼ାଉନ୍‌
ଆଞ୍ଚଳିକ

ଛତ୍ରପୁର ବ୍ଲକ୍‌ର ୬ଟି ଗ୍ରାମ ୫ ଦିନ ପାଇଁ ସଟ୍‌ଡ଼ାଉନ୍‌

June 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଦିନକୁ ଦିନ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକାଲ୍ କେସ ବାହାରୁଥିବାରୁ ଲୋକଙ୍କ ମଧ୍ୟରେ ଭୟସଞ୍ଚାର ହୋଇଛି । ପ୍ରବାସୀଙ୍କ ଆସିବା କମିଥିବାବେଳେ ସେମାନଙ୍କୁ ସେବା ଯୋଗାଉଥିବା ଯୋଦ୍ଧାଙ୍କ ଦେହରେ କରୋନା ଭୂତାଣୁ ଦେଖିବାକୁ ମିଳୁଛି । ତେବେ ଛତ୍ରପୁର ବ୍ଲକ୍‌ର ନରେନ୍ଦ୍ରପୁର ଏବଂ ଶ୍ରୀରାମଚନ୍ଦ୍ରପୁର ପଂଚାୟତରେ ଲୋକାଲ୍ କରୋନା ପଜିଟିଭ୍ କେସ ମିଳିଥିବାରୁ ଏହି ଦୁଇ ଅଂଚଳକୁ ଉଭୟ ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୫ ଦିନ ପାଇଁ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଶ୍ରୀରାମଚନ୍ଦ୍ରପୁରର ସରପଞ୍ଚ ରେବତୀ କୁମାର ପ୍ରଧାନ ଘଡ଼ଘଡ଼ାପଲ୍ଲୀ ଗ୍ରାମକୁ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଉକ୍ତ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ଗ୍ରାମର କୌଣସି ଲୋକ ବାହାରକୁ ଯିବନାହିଁ ଏବଂ କିଏବି ବାହାରକୁ ଆସିବ ନାହିଁ ବୋଲି ଧେଣ୍ଡୁରା ମାଧ୍ୟମରେ ସଚେତନ କରାଯାଇଛି । ଏହି ଗ୍ରାମରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁବାର ରାତ୍ରିରୁ ଘଡ଼ଘଡ଼ାପଲ୍ଲୀ ଗ୍ରାମକୁ ସିଲ୍ କରିବା ସହ ଲୋକଙ୍କୁ ବାହାରକୁ ନ ବାହାରିବାକୁ ପ୍ରଶାସନର ଅଧିକାରୀମାନେ ସଚେତନ କରିଥିଲେ ।

ଏନେଇ ଶନିବାର ଦିନ ସରପଞ୍ଚ ରେବତୀ ପ୍ରଧାନ, ନୋଡ଼ାଲ୍ ଅଫିସର ସ୍ୱପ୍ନେଶ୍ୱର ପାଳ, ଅଙ୍ଗନୱାଡ଼ି କର୍ମୀ ଗାୟତ୍ରୀ ମହାନ୍ତି, ଆଶାକର୍ମୀ ଦମୟନ୍ତି ସାହୁ, ଏମ୍‌. ରଘୁନାଥ ଗ୍ରାମ ମଧ୍ୟକୁ ଯାଇ ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରିଥିଲେ । ସେହିପରି ନରେନ୍ଦ୍ରପୁର ସରପଞ୍ଚ ବାବୁଲା ବେହେରା ମଧ୍ୟ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ତାଙ୍କ ପଞ୍ଚାୟତର ସମସ୍ତ ୫ଟି ଗ୍ରାମକୁ ୫ ଦିନ ପର୍ଯ୍ୟନ୍ତ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଅଂଚଳରେ ଜଣଙ୍କ ଦେହରେ କରୋନା ସଂକ୍ରମିତ ଦେଖାଯିବାରୁ ସମସ୍ତ ଯାତାୟତ ପଥକୁ ସିଲ୍ କରିବା ସହ ଲୋକମାନଙ୍କୁ ଘରେ ରହିବା ପାଇଁ କୁହାଯାଇଛି । ସଟ୍‌ଡ଼ାଉନ୍ ଘୋଷଣା ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦଣ୍ଡପାଣି ପ୍ରଧାନ, ନରେନ୍ଦ୍ରପୁର ଆର୍‌ଆଇ ତଥା ନୋଡ଼ାଲ୍ ଅଧିକାରୀ ଜି. ଦୁର୍ବାସା, ଜି.ଆର୍‌.ଏସ୍‌. ବସନ୍ତ କୁମାର ରାଉଳ, ଅଙ୍ଗନୱାଡ଼ି କର୍ମୀ ମମତା ମଲ୍ଲିକ, ଆଶା କର୍ମୀ ସଂଗିତା ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଗ୍ରାମଗୁଡ଼ିକ ସାନିଟାଇଜ୍ କରିବା ପାଇଁ ସରପଞ୍ଚ ଅନୁରୋଧ କରିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026

JPSC ପରୀକ୍ଷା ଦୁର୍ନୀତି ମାମଲାରେ ED ର ଏଣ୍ଟ୍ରି: ଆରମ୍ଭ କଲା ତଦନ୍ତ

August 10, 2026

ରାଜଧାନୀରେ ଦୁର୍ଘଟଣା : ଯୁବକ ମୃତ

August 10, 2026

ନାଳରେ ଭାସିଗଲେ ଦୁଇ କାଉଡିଆ

August 10, 2026

ବାଲୁଗାଁ ମା ଭଗବତୀ କଳାନିକେତନର ସଂଗୀତ ଓ ନୃତ୍ୟ ପରୀକ୍ଷା, କୃତି ପରୀକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ 

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.