ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ସଞ୍ଜୟ ମେମୋରିଆଲ ବୈଷୟିକ ଅନୁଷ୍ଠାନର ସମ୍ମିଳନୀ ଗୃହରେ ଚନ୍ଦ୍ରକଳ୍ପେଶ୍ବର ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶ୍ରମିକଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ରମିକ ସଂଘର ସଭାପତି ଭଗବାନ ଗନ୍ତାୟତ ଏହି ବୈଠକରେ ସଭାପତିତ୍ବ କରିଥିଲେ । ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 1500 ଟଙ୍କାର ସହାୟତା ମିଳୁନଥିବା ନେଇ ଆଲୋଚନା କରାଯାଇଥିଲା । ବିଭିନ୍ନ ବ୍ଲକ୍ର ଶ୍ରମିକଙ୍କ ନାମ ଅଲଗା ବ୍ଲକ୍ରେ ପଞ୍ଜୀକରଣ କରାଯାଇଥିବା ନେଇ ମଧ୍ୟକ ଅଭିଯୋଗ କରାଯାଇଥିଲା । ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ମିଳିନଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକ୍ର 100 ଶ୍ରମିକଙ୍କ ନାମ କନିଷି ବ୍ଲକ୍ରେ ରହିଥିବା ନେଇ ସଂଘର ସମ୍ପାଦକ ଡମ୍ବରୁ ରଣା ପ୍ରକାଶ କରିଥିଲେ । ଶ୍ରମିକଙ୍କ ଦାବି ପୂରଣ କରିବା ପାଇଁ ସଭାପତି ଭଗବାନ ଗନ୍ତାୟତ ଦାବି କରିଛନ୍ତି ।
ଏହି ବୈଠକରେ ଶ୍ରମିକ ସଭ୍ୟ ପୁରୁଷୋତ୍ତମ ବେହେରା, ବଳରାମ ଗୌଡ, ଶିବ ମହାରଣା, ମନୋରଞ୍ଜନ ଗୌଡ, କୃଷ୍ଣ ସେଠୀ, ମିଟୁ ସେଠୀ, ବାସୁଦେବ ନାୟକ, ମନୁ ଡାକୁଆ, ଉଦୟନାଥ ସାହୁ, ଗୋପାଳ ସାହୁ, ବିଶ୍ବନାଥ ଦୋରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଆଇଟି ତରଫରୁ ବସ୍ତ୍ର ବଣ୍ଟନ କରାଯାଇଥିଲେ ।