Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଢିଙ୍କିଆ ବାତ୍ୟାଆଶ୍ରୟ ସ୍ଥଳୀରେ ମକଡ୍ରିଲ୍ :ସଂଗରୋଧ କେନ୍ଦ୍ର ଅନ୍ତେବାସୀଙ୍କୁ ମାସ୍କ୍ ବାଣ୍ଟିଲେ ସରପଞ୍ଚ
ଆଞ୍ଚଳିକ

ଢିଙ୍କିଆ ବାତ୍ୟାଆଶ୍ରୟ ସ୍ଥଳୀରେ ମକଡ୍ରିଲ୍ :ସଂଗରୋଧ କେନ୍ଦ୍ର ଅନ୍ତେବାସୀଙ୍କୁ ମାସ୍କ୍ ବାଣ୍ଟିଲେ ସରପଞ୍ଚ

June 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ଏରସମା ବ୍ଲକ ଢ଼ିଙ୍କିଆ ପଂଚାୟତ ଅଧିନସ୍ଥ ଗୋବିନ୍ଦପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରତିବର୍ଷ ଭଳି ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓସଡ଼ମା ତରଫରୁ ବାତ୍ୟା ଆଶ୍ରୟସ୍ତଳୀ ସ୍ତରୀୟ ସାମୁହିକ ଅବିକଳ ନକଲ (ମକଡ୍ରିଲ) ଅନୁଷ୍ଠିତ ହୋଇଯାଇଛି।ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଏହା ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ବାତ୍ୟା ଆଶ୍ରୟ ସ୍ଥଳୀ ମରାମତି ଓ ରକ୍ଷଣା ବେକ୍ଷଣ କମିଟି,ଗୋବିନ୍ଦପୁରର ମିଳିତ ସଂଯୋଜନା ରେ ଆୟୋଜନ ହୋଇଥିଲା।ପ୍ରଥମକରି ସରପଞ୍ଚ କିଶୋର କୁମାର ପରିଡା ଯୋଗ ଦେଇ ସଭାପତିତ୍ବ କରିଥିଲେ।
କମିଟିର ସ୍ଥାୟୀ ସମ୍ପାଦକ ରଂଜନ ବର୍ଦ୍ଧନ ପ୍ରାରମ୍ଭରେ ସମ୍ପାଦକୀୟ ବିବରଣୀ ସହ ଶିବିରର ମହତ ଉଦେଶ୍ୟ ସମ୍ପର୍କରେ ଗ୍ରାମବାସୀ ଙ୍କୁ ଅବଗତ କରାଇଥିଲେ।ସରକାରୀ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାନ୍ତନୁ ସାହୁ ଯୋଗ ଦେଇଥିବା ବେଳେ ଓସଡମା ର ନୋଡାଲ ଏନଜିଓ ଶ୍ରଦ୍ଧା ର ସ୍ବେଚ୍ଛାସେବୀ ସ୍ଥିତିପ୍ରଜ୍ଞା ମଙ୍ଗରାଜ ସିବିରାର୍ଥୀ ମାନଙ୍କୁ ସଚେତନ କରାଇଥିଲେ।ଏଥିସହିତ ଏରସମା ଅଗ୍ନିଶମ ବିଭାଗ ର ଡି. ଡି. ସେଠି, ରବୀନ୍ଦ୍ର ସାହୁ,ବି.ବି.ଜେନା ଯୋଗଦେଇ ବିଭିନ୍ନ କୌଶଳ ମାନ ଦେଖେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଚେତନତା ଶିବିରରେ ନୂଆଗାଁ ରାଜସ୍ୱ ନିରୀକ୍ଷକ, ଜିଆରଏସ ଡ଼ଲିରାଣୀ ରାଉତ, ଅଙ୍ଗନବାଡ଼ି ସାବିତ୍ରୀ ରାଉତ,ଅହଲ୍ୟା ଜେନା, ମଞ୍ଜୁଲତା ବେହେରା, ଏମ୍.ବି.କେ ସଂଧ୍ୟାରାଣୀ ପାତ୍ର, ସି.ଆର୍.ପି ଅଙ୍ଗୁରଵାଳା ଦାସ, ଅଞ୍ଜଳି ଦାସ,ଆଶା କର୍ମୀ ପ୍ରତିମା ଦାସ,ମାତଙ୍ଗିନୀ ସାହୁ,ହାରାମଣି ରାଉତ,ୱାର୍ଡ ସଭ୍ୟ ଫକୀର ବର୍ଦ୍ଧନ,ହୀରଣ୍ୟ ଦାସ,ବଲ୍ଲବ ଦାସ,ହୃଷୀକେଶ ଦଳାଇ,ଅନୁପମା ପାତ୍ର, ଚପଳା ସାମଲ,ପରୀକ୍ଷିତ ସାମଲ,କମିଟି ସଭ୍ୟ ଦିଲ୍ଲୀପ ବର୍ଦ୍ଧନ,ଟଲନ ମହାନ୍ତି,ପ୍ରଫୁଲ୍ଲ ମହାନ୍ତି,ସୁଷମା ଜେନା, ସୁଶାନ୍ତ ନାୟକ,ଚନ୍ଦନ ଜେନା, ସାଗର ଦଳାଇ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।
ଏଥିସହିତ ଶିବିରାର୍ଥୀ ମାନଙ୍କୁ ସରପଞ୍ଚ ମାସ୍କ ବଣ୍ଟନ କରିଥିବା ବେଳେ ସରକାରଙ୍କ ନିୟମାନୁଯାୟୀ ସମସ୍ତ ଶିବିରାର୍ଥୀ ସାମାଜିକ ଦୂରତ୍ୱ ବଜାୟ ରଖି ମାସ୍କ ପରିଧାନ କରିଥିଲେ।ବ୍ଲକ ତରଫରୁ ନଳିନୀ ରଂଜନ ମନ୍ତ୍ରୀ ଓ କମିଟି ସମ୍ପାଦକ ତଥା ସଂଜସେବୀ ରଂଜନ ବର୍ଦ୍ଧନ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.