Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସରକାରୀ ସାହାଯ୍ୟ ଅପେକ୍ଷାରେ ନାବାଳିକା ମଞ୍ଜୁ ମାଝୀ : ଦୁଃଖ ଭରା କାହାଣୀକୁ ଶୁଣିବ କିଏ, ବୁଝିବ କିଏ
ଆଞ୍ଚଳିକ

ସରକାରୀ ସାହାଯ୍ୟ ଅପେକ୍ଷାରେ ନାବାଳିକା ମଞ୍ଜୁ ମାଝୀ : ଦୁଃଖ ଭରା କାହାଣୀକୁ ଶୁଣିବ କିଏ, ବୁଝିବ କିଏ

June 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବବୁଲୁ‌ ସାହୁ

କେସିଙ୍ଗା :  ଗରିବ ଲୋକଙ୍କ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଅସଲ ହିତାଧିକାରୀ ଏହି ଯୋଜନାର ବଞ୍ଚିତ ହେଉଛନ୍ତି । ଜଣେ ଗରିବ ଦୁଃଖିନୀଟେ ପାଇଁ  ସରକାରୀ ଯୋଜନା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି । ଏହିପରି ଏକ ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ଦେଖିବାକୁ ଏକ ଦୁଃଖ ଭରା କାହାଣୀ । ପ୍ରାୟ ୪ ବର୍ଷ ହେଲା ବାପା ଓ ମାଁ ଦୁହେଁ ତାଙ୍କର ପୁଅ ମିତ୍ରସେନ ମାଝୀ ଓ ମଞ୍ଜୁ ମାଝୀଙ୍କୁ ଛାଡି ଦେଇ ଆରପାରିକୁ ଚାଲିଯାଇଛନ୍ତି । ପୁଅର ବୟସ 20 ବର୍ଷ ହୋଇଥିବାବେଳେ ଝିଅଟିର ବୟସର 16 ବର୍ଷ ।ତାପରେ ପରେ ଗତ କିଛି ଦିନ ପରେ ତାଙ୍କର ଭାଇ ମିତ୍ରସେନ ମାଝୀ ମଧ୍ୟ ଭଉଣୀ ମଞ୍ଜୁ ମାଝୀକୁ ଛାଡି ଦେଇ ଆରପାରିକୁ ଚାଲିଗଲେ । ବର୍ତ୍ତମାନ ଏବେ ଭଉଣୀ ବେସାହାରା ହୋଇ ତାଙ୍କର କାକା ପିତବାସ ମାଝୀଙ୍କ ଘରେ ରହୁଛନ୍ତି।

ମଞ୍ଜୁ ମାଝୀଙ୍କ ପରିବାରରେ ଆଉ କେହି ନଥିବାବେଳେ ସେ ରହୁଥିବା ତାଙ୍କ କାକାଙ୍କ ଘରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ । ସମେସ୍ତ ଦିନ ମଜୁରୀ କରି ପେଟ ପୋଷିଥାନ୍ତି । ଗରିବ ସୀମାରେଖା ତଳେ ଥାଇ ବି ତାଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳିପାରିନାହିଁ । ମୁଣ୍ଡ ଗୁଞ୍ଜିବାକୁ ପାଖରେ ଘର ଖଣ୍ଡିଏ ନାହିଁ । ଘର ବୋଲି ଯାହା ଅଛି, ତାହା ପୁଣି ଭଙ୍ଗା ରୁଜୁା ଅବସ୍ଥାରେ । ଏପରିକି ସରକାର ତରଫରୁ ପ୍ରଚଳିତ ହୋଇଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ମଧ୍ୟ ତାଙ୍କୁ ମିଳିପାରିନାହିଁ।ଏନେଇ ମଞ୍ଜୁଙ୍କ କାକା ଓ ପଡୋଶୀ ସରପଞ୍ଚଙ୍କୁ ଜଣାଇଥିବା ସତ୍ତ୍ବେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ କିଛି ସହାୟତା ମିଳିପାରିନାହିଁ । ପ୍ରତିଥର ସରପଞ୍ଚ ସାର୍ଟିଫିକେଟ୍‌, କାଗଜ କଲମ କଥା କହିଚାଲିଥିବାବେଳେ ତାଙ୍କୁ କୌଣସି ପ୍ରକାରର ସାହାଯ୍ୟ ମିଳିପାରୁନାହିଁ । ଏନେଇ ଗ୍ରାମବାସୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ଗରିବ ଦୁଃଖୀ ଯୁବତୀଙ୍କୁ ସରକାରୀ ସହାୟତା ଦେବା ଲାଗି ଗ୍ରାମବାସୀମାନେ ଦାବି ଜଣାଇଛନ୍ତି ।

ଜଣେ  ଗରିବ ନାବାଳିକା ପ୍ରତି ସରକାରୀ ଉଦାସୀନତାକୁ ଦେଖି ସରକାରୀ ଯୋଜନା ସବୁ ଗରିବଙ୍କ ପାଇଁ ନୁହେଁ ବରଂ କୋଟିପତିଙ୍କ ପାଇଁ ବୋଲି ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଗରିବ ଦୁଃଖୀ ରଙ୍କୀମାନେ ସରକାରୀ ଯୋଜନା ପାଉନଥିବାବେଳେ ଥିଲାବାଲା ଲୋକେ ସରକାରୀ ଯୋଜନାର ଫାଇଦା ଉଠାଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଗ୍ରାମବାସୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ନିଯୁକ୍ତି ମେଳା-୨୦୨୬: ୯ଟି ବିଭାଗରେ ନିଯୁକ୍ତି ପାଇଲେ ୧୩୨୬, ଆଜି ସୁଦ୍ଧା ୪୫,୪୦୮ ସରକାରୀ ନିଯୁକ୍ତି

August 10, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଜଗନ୍ନାଥ ସଂସ୍କୃତିରେ ନାରୀତତ୍ତ୍ୱ: ଆଧ୍ୟାତ୍ମିକତାରେ ମୁଖରିତ ହେଲା ମହାବିଦ୍ୟାଳୟ ପରିସର

August 10, 2026

କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ: ଦେଶର ସର୍ବୋତ୍ତମ ଗୁପ୍ତ ରହସ୍ୟମୟ ରମଣୀୟ ନୌବାଣିଜ୍ୟ ସ୍ମାରକୀ

August 10, 2026

ରୁଷରୁ ଭାରତକୁ ବିଛାଯିବ ରେଳ ଲାଇନ: ଜାଣନ୍ତୁ ଯୋଜନା

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.