Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲକ ଡାଉନ ସମୟରେ ବାଣପୁର-ବାଲୁଗାଁରେ ବିଦ୍ୟୁତ ବିଭାଗ ହୋମ କ୍ଵାରେଣ୍ଟିନରେ
ଆଞ୍ଚଳିକ

ଲକ ଡାଉନ ସମୟରେ ବାଣପୁର-ବାଲୁଗାଁରେ ବିଦ୍ୟୁତ ବିଭାଗ ହୋମ କ୍ଵାରେଣ୍ଟିନରେ

June 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ବାଣପୁର-ବାଲୁଗାଁ ଅଞ୍ଚଳରେ ବିଦ୍ୟୁତ ବିଭାଗର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାନବିକତା ହରେଇ ବସିଲାଣି ବିଦ୍ୟୁତ ବିଭାଗ। ସାରା ରାଜ୍ୟରେ ଲକ ଡାଉନ ଓ ୧୧ ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଜାରି ରହିଥିବା ସ୍ଥଳେ ନାଗରିକ ମାନେ ଘରେ ରହୁଛନ୍ତି ଏବଂ ଅତି ଜରୁରୀ ହେଲେ ପଦାକୁ ବାହାରୁଛନ୍ତି। ଏପରି ସ୍ଥଳେ କିଛିଦିନ ହେବ ବାଣପୁର-ବାଲୁଗାଁ ଅଞ୍ଚଳରେ ଘନ ଘନ ଅଘୋଶିତ ବିଦ୍ୟୁତ କାଟ ହେଉଛି।

ଲକ ଡାଉନ ସମୟରେ ବିଦ୍ୟୁତ କାଟ ନ କରିବାପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଥିଲାବେଳେ ବାଣପୁର ବାଲୁଗାଁରେ ଏହାର ବ୍ୟତିକ୍ରମ ଘଟୁଛି। ବର୍ତ୍ତମାନ ଲକ ଡାଉନ ଲାଗି ନାଗରିକ ମାନେ ଅନେକ କାମ ଘରେ ରହି କରିବାକୁ ବାଧ୍ୟ ହେଉଛନ୍ତି ଯେଉଁଥିରେ ବିଦ୍ୟୁତ ପ୍ରମୁଖ ମାଧ୍ୟମ ଅଟେ। ଛାତ୍ର ଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ ହେଉ କିମ୍ବା ଘରୋଇ କର୍ମଚାରୀଙ୍କ ଅନଲାଇନ କାମ ସବୁଠି ବିଦ୍ୟୁତ ଅପରିହାର୍ଯ୍ୟ ହୋଇପଡିଛି। ବର୍ଷାଦିନ ଆସିବାକୁ ବାକିଥିଲା ବେଳେ ପ୍ରବଳ ଗୁଳୁଗୁଳି ଦିନଯାକ ରହୁଛି। ଏ ସବୁକୁ ଖାତିର ନକରି ବିଦ୍ୟୁତ ବିଭାଗ ମନଇଚ୍ଛା କାର୍ଯ୍ୟ କରୁଛି।

ଦିନ ତମାମ ଅଘୋଷିତ ବିଦ୍ୟୁତକାଟ ହେଉଛି ଯାହା ଫଳରେ ଲକ ଡାଉନ ଲାଗି ସ୍ୱଳ୍ପ ସମୟ ପାଇଁ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଏବଂ ଦୋକାନ ବଜାର ବେଶୀ ପ୍ରଭାବିତ ହେଉଛନ୍ତି ଯାହାର ସିଧାସଳଖ ପ୍ରଭାବ ନାଗରିକଙ୍କ ଉପରେ ପଡୁଛି। ଅନ୍ୟ ପକ୍ଷରେ ଯଦି ଏ ନେଇ ଅଭିଯୋଗ କରାଯାଏ ତାହାଲେ ଗୋଟେ ଅଭିଯୋଗ ପ୍ରକୋଷ୍ଠ ନାଇଁ କି ଅଭିଯୋଗ ହେଲ୍ପଲାଇନ ନମ୍ବର ବି ନାଇଁ। ଯଦି ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରାଯାଉଛି ତାହାଲେ ସେମାନେ ନାଭାଲ ଗ୍ରୀଡ଼କୁ ଦୋଷ ଦେଉଛନ୍ତି ଏବଂ ଯଦି ନାଭାଲ ଗ୍ରୀଡ଼କୁ ଯୋଗାଯୋଗ କରାଯାଏ ତାହାଲେ ସେମାନେ ସେସୁ ଉପରକୁ ଦୋଷ ଲଦିଦେଉଛନ୍ତି। ଦେଖିବାକୁ ଗଲେ ବର୍ଷ ତମାମ ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ଘୋଷଣା ହୋଇ ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ବେଳେ ପୁଣି ଅଘୋଷିତ ବିଦ୍ୟୁତକାଟ କେତେଦୂର ଯୁକ୍ତିଯୁକ୍ତ। ଅଞ୍ଚଳରେ ସାମାନ୍ୟ ବର୍ଷା ପବନ ହେଲେ ସଙ୍ଗେସଙ୍ଗେ ବିଦ୍ୟୁତ କାଟ ହେଉଛି ଏବଂ ତାକୁ ମରାମତି ପାଇଁ ଘଣ୍ଟା ଘଣ୍ଟା ଲାଗୁଛି।

ତେବେ ଏଠି ପ୍ରଶ୍ନ ଉଠୁଛି ବର୍ଷ ତମାମ ବିଦ୍ୟୁତ ବିଭାଗ ମରାମତି ଆଳରେ ଦିନ ଦିନ ଧରି ଯେଉଁ ବିଦ୍ୟୁତ କାଟ କରୁଛି ତାହାର ଅଭିପ୍ରାୟ କଣ? ଏଠାର ନାଗରିକ ମାନଙ୍କ ମୌଳିକ ସୁବିଧାକୁ ଅଣଦେଖା କରିବା ଆଗକୁ ଯେ ବଡ଼ ଧରଣର ଆନ୍ଦୋଳନକୁ ପରୋକ୍ଷ ଭାବେ ବିଦ୍ୟୁତ ବିଭାଗ ନିମନ୍ତ୍ରଣ କରୁଛି ଏଥିରେ କୌଣସି ସନ୍ଦେହ ନାଇଁ। ଯଥାଶୀଘ୍ର ଉପରିସ୍ଥ ଅଧିକାରୀ ଏଠିକାର ବିଦ୍ୟୁତ କାଟ ସମସ୍ୟା ଦୂର କରିବା ସହ ଏକ ୨୪/୭ ଅଭିଯୋଗ ହେଲ୍ପଲାଇନ ନମ୍ବର ଜାରି କରିବାପାଇଁ ସାଧାରଣରେ ଦାବି ହେଉଛି।

ଅଘୋଶିତ ବିଦ୍ୟୁତ କାଟ ବାଣପୁର-ବାଲୁଗାଁ ବିଦ୍ୟୁତ ବିଭାଗ ଲକ ଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026
Latest News

ରକ୍ତଚାପ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 6, 2026

୨୦୨୬ ଆଇପିଏଲ ସମୟରେ ଅମ୍ପାୟାରଙ୍କୁ ହତ୍ୟା: ରନ ଆଉଟ ବିବାଦକୁ ନେଇ ଛୁରୀରେ ଆକ୍ରମଣ

April 6, 2026

ସମ୍ବଲପୁର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଭାବେ ସୁଷମା ମୁଣ୍ଡା ମନୋନୀତ

April 6, 2026

ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ, ଜାଣନ୍ତୁ କଣ ଥିଲା ଘଟଣା

April 6, 2026

ଏଣିକି ୫ କେଜି ନୁହେଁ ୧୦ କେଜି ଲେଖାଏଁ ମିଳିବ ଚାଉଳ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.