Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡଇଁଚା ପଂଚାୟତରେ ପ୍ରଥମ କରୋନା ଚିହ୍ନଟ
ଆଞ୍ଚଳିକ

ଡଇଁଚା ପଂଚାୟତରେ ପ୍ରଥମ କରୋନା ଚିହ୍ନଟ

July 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତରେ ଜଣେ ମହିଳା କରୋନା ରୋଗୀ ଚିହ୍ନଟ ହୋଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକର ଡଇଁଚା ପଂଚାୟତ ଅନ୍ତର୍ଗତ ତେରବେଡା ଗ୍ରାମର ନୂଆଁସାହିରେ ଦିଲ୍ଲୀ ଫେରନ୍ତା ଜନୈକା ଜଣେ ମହିଳା ଠାରେ କରୋନା ପଜିଟିଭ୍ ରହିଥିବା ଗତକାଲି ଚିହ୍ନଟ ହୋଇଥିବା ଜଣାପଡିଛି ଯା ଫଳରେ ଏ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ତେରବେଡା ନୂଆଁସାହିର ମହିଳା ଜଣଙ୍କ ଦିଲ୍ଲୀରେ ଶ୍ରମିକ ଭାବରେ କାମ କରୁଥିଲେ। କିଛି ଦିନ ତଳେ ଦିଲ୍ଲୀରୁ ଟ୍ରେନରେ ଭୂବନେଶ୍ୱର ଦେଇ ନିଜ ଘରକୁ ଫେରିଥିଲେ। କିନ୍ତୁ ମହିଳା ଜଣଙ୍କ ପଂଚାୟତ କତୃପକ୍ଷଙ୍କୁ କିଛି ବି ନ ଜଣାଇ ଘରକୁ ରେଢାଖୋଲରୁ ଏକ ଟେମ୍ପୁ ସାହାଯ୍ୟରେ ଫେରିଥିଲେ। ସେ ସିଧାସଳଖ କ୍ଵାରେଣ୍ଟିନ ସେଣ୍ଟରକୁ ନ ଯାଇ ନିଜ ଘରେ ଦିନ ୧୨ ଟାରୁ ତା ପରଦିନ ୧୨ ଟା ପର୍ଯ୍ୟନ୍ତ ରହିଥିଲେ। ତେରବେଡା ଗ୍ରାମର କିଛି ବ୍ୟକ୍ତି ଜାଣିବା ପରେ ପ୍ରଶାସନକୁ ଖବର ଦେଇଥିଲେ। ସେ ଘରେ ୨୪ ଘଂଟା ରହିବା ପରେ ହିଁ ସରାପାଲି କ୍ଵାରେଣ୍ଟିନ ସେଣ୍ଟରକୁ ଯାଇଥିଲେ। ତାଙ୍କ ସ୍ୱାବ୍ ପରୀକ୍ଷାରୁ ସେ କରୋନା ପଜିଟିଭ୍ ଥିବା ଗତକାଲି ଜଣାପଡିବା ପରେ ତାକୁ ସମ୍ବଲପୁର କୋଭିଡ ହସପିଟାଲ କୁ ପଠାଯାଇଥିବା ନାକଟିଦେଉଳ ମେଡିକାଲ ଅଫିସର ଡା. ଅମୂଲ୍ୟରତ୍ନ ମହନ୍ତ ଆମ ପ୍ରତିନିଧୀଙ୍କ ଠାରେ ପ୍ରକାଶ କରିଛନ୍ତି।

corona
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.