ମିଳିତ ସାମ୍ବାଦିକ ସଙ୍ଘ ମହାମଞ୍ଚରେ ସାମ୍ବାଦିକମାନଙ୍କ ସମସ୍ୟାକୁ ନେଇ ଆଲୋଚନା

Published: Jul 11, 2020, 2:47 pm IST

ରମେଶ ମହାନ୍ତି :

ଜଗତସିଂହପୁର : ଶୁକ୍ରବାର ଭୁବନେଶ୍ବର ଠାରେ ରାଜ୍ୟର ଦଶଗୋଟି ପ୍ରମୁଖ ସାମ୍ବାଦିକ ସଙ୍ଗଠନକୁ ନେଇ ଏକ ମିଳିତ ସାମ୍ବାଦିକ ସଙ୍ଘ ମହାମଞ୍ଚ ରେ ସମ୍ମିଳିତ ହୋଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଯାଇଛି । ଏଥିରେ ରାଜ୍ୟର ଦଶଟି ରାଜ୍ୟସ୍ତର ସଙ୍ଗଠନର ୧୯ ଜଣ ସକ୍ରିୟ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଓ.ଜେ.ୟୁ. ତରଫରୁ ରାଜ୍ୟ ସଙ୍ଗଠନ ସମ୍ପାଦକ ସଞ୍ଜିବ କୁମାର ନାୟକ ଯୋଗଦାନ କରିଥିଲେ।

ଉକ୍ତ ବୈଠକରେ ଓ.ଜେ.ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଶଶୀଭୁଷଣ ପ୍ରହରାଜଙ୍କ ଦ୍ବାରା ପ୍ରେରିତ ସାତ ଦଫା ସମ୍ମିଳିତ ଦାବି ପତ୍ର ଉପସ୍ଥାପନ କରାଯାଇଥିଲା। କେବଳ ଓ.ଜେ.ୟୁ ଦ୍ବାରା ଉକ୍ତ ବୈଠକରେ ଦାବିପତ୍ର ସଦସ୍ୟ ମାନଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ବେଳେ ଅନ୍ୟ ସନସ୍ୟଙ୍କ ଦ୍ବାରା ମୌଖିକ ଦାବି ଉପସ୍ଥାପିତ ହୋଇଥିଲା। ବିଭିନ୍ନ ପ୍ରସ୍ତାବମାନ ଆଲୋଚନା ହୋଇ ଆଗାମୀ ଦିନରେ ମହାମଞ୍ଚରେ ସମ୍ମିଳିତ ସଙ୍ଗଠନ ମାନଙ୍କର ଜଣେ ଲେଖାଏଁ ସଦସ୍ୟଙ୍କୁ ନେଇ ଏକ ଗୋଷ୍ଠୀ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ସାଖ୍ୟାତ ପୁର୍ବକ ଦାବିପତ୍ର ପ୍ରଦାନ କରିବା ପାଇଁ ଚୁଡାନ୍ତ ନିସ୍ପତି ନିଆଯାଇଥିଲା। ଏନେଇ ଓ.ଜେ.ୟୁ ତରଫରୁ ମହାମଞ୍ଚ ସଦସ୍ୟମାନଙ୍କୁ ଧନ୍ୟବାଦ ଗ୍ୟାପନ କରାଯାଇଥିଲା।

Related posts