Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ଏହି ସଙ୍ଗରୋଧ କେନ୍ଦ୍ରରୁ ଦୁଇ ଦୁଇ ଥର ମଦ୍ୟପ ଯୁବକ ଫେରାର : କାବୁ କରିବା ପାଇଁ ନାକେଦମ ହେଲା ପୋଲିସ
ଆଞ୍ଚଳିକ

ବାଣପୁରର ଏହି ସଙ୍ଗରୋଧ କେନ୍ଦ୍ରରୁ ଦୁଇ ଦୁଇ ଥର ମଦ୍ୟପ ଯୁବକ ଫେରାର : କାବୁ କରିବା ପାଇଁ ନାକେଦମ ହେଲା ପୋଲିସ

July 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତରାମ ଅଗ୍ରଓ୍ବାଲ

ବାଣପୁର: ଆଜି  ସକାଳେ ବାଣପୁର ବ୍ଳକ ଛକରେ ହଠାତ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ରାତିରେ ବିଦେଶରୁ ଆସି ସଙ୍ଗରୋଧରେ ଥିବା ଏକ ମଦ୍ୟପ ଯୁବକ ଭୋରରୁ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇ ବାଣପୁର ତହସିଲ କାର୍ଯ୍ୟାଳୟ ସାମନାରେ ବୁଲୁଥିବାବେଳେ ଗ୍ରାମବାସୀ ଓ ପୋଲିସ ତାଙ୍କୁ ପୁଣିଥରେ ଜବରଦସ୍ତି ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭୀମପୁର ଗ୍ରାମର ଜଣେ ବ୍ୟକ୍ତି ଗତକାଲି ବିଦେଶରୁ ଆସି ଗାଲୁଆ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରାତି ୨ଟାରେ ପହଞ୍ଚିଥିଲେ। କିନ୍ତୁ ଆସିବା ସମୟରେ ସେ ଅତ୍ୟଧିକ ମଦ୍ୟପାନ କରିଥିବାବେଳେ ଅନ୍ୟ ଅନ୍ତେବାସୀମାନେ ବିରକ୍ତ ହୋଇଥିଲେ। କିନ୍ତୁ ସକାଳୁ ସେ ପଛପାଖ ବାଡ ଡେଇଁ ଫେରାର ହୋଇ ବାଣପୁର ତହସିଲ ପାଖେ ବୁଲୁଥିବାବେଳେ ଗ୍ରାମବାସୀମାନେ ପୋଲିସକୁ ଖବର ଦେବାରେ ପୋଲିସ ଆସି ଯୁବକକୁ ନେଇ ସେହି ସଙ୍ଗରୋଧ କେନ୍ଦ୍ରରେ ଛାଡିଥିଲେ।

ଆଶ୍ଚର୍ଯ୍ୟର କଥା ଏହାର କିଛି ସମୟପରେ ପୁଣି ଉକ୍ତ ଯୁବକ ସଙ୍ଗରୋଧ କେନ୍ଦ୍ର ବାଡ଼ ଡେଇଁ ବଡହନ୍ତୁଆଡ଼ ଛକ ଦେଇ ବାଣପୁର କୋର୍ଟ ପରିସରରେ ଲୁଚିଥିଲେ। ସମ୍ପୃକ୍ତ ଯୁବକ ଜଣକ ତାଙ୍କ ସହ ମାରପିଟ ହେଇଥିବାର ଅଭିଯୋଗ କରିଥିଲେ ଏବଂ ସକାଳୁ ମଦ୍ୟପାନ କରିଥିବାର ସ୍ୱୀକାର କରିଥିଲେ। ଏହି ଘଟଣା ପରେ ସଙ୍ଗରୋଧ କେନ୍ଦ୍ରର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପରପକ୍ଷରେ ବାଣପୁରର ଜଣେ କଏଦୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ବାଣପୁର କୋର୍ଟ ପରିସର ଏବଂ ସବ ରେଜିଷ୍ଟ୍ରି ଅଫିସକୁ ବିଶୋଧନ କରାଯାଇଛି।

ସଙ୍ଗରୋଧ କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଟିମ୍ ଇଣ୍ଡିଆକୁ ଫେରିବା ପରେ ଭାବପ୍ରବଣ ହେଲେ ସରଫରାଜ ଖାନଙ୍କ ପିତା: କହିଲେ…

August 11, 2026

ମହାରାଷ୍ଟ୍ରରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ: ବ୍ରିଟିଶ ନାଗରିକଙ୍କ ବିରୋଧରେ ଏଫଆଇଆର

August 11, 2026

୨ ହଜାର କୋଟିର ଠକେଇ ମାମଲା : ୬ ଦାମୀ କାର୍‌ ଜବତ

August 11, 2026

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.