କୋଭିଡ ମନିଟରଙ୍କୁ ତାଲିମ

Published: Jul 18, 2020, 9:21 am IST

ପିଣ୍ଟୁ ବିଷୋୟୀ

କୋଦଳା – ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ । ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ସେହି ତୁଳନାରେ ବଢିବାରେ ଲାଗିଛି ।ରୋଗୀମାନଙ୍କୁ ବିଭି୍ନ୍ନ କୋଭିଡ ମେଡିକାଲ ନ ପଠାଇ ନିଜ ଅଞ୍ଚଳ ରେ ହିଁ ସେମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସରରେ 20ଶଯ୍ୟା ବିଶିଷ୍ଟ “କୋଭିଡ କେୟାର ହୋମ “ଗ୍ରୁହ ଉଦଘାଟିତ ହୋଇଛି ।

ସେଠାରେ 7ତାରିଖ ଠାରୁ 13ତାରିଖ ପର୍ଯନ୍ତ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।ଜନସାଧାରଣଙ୍କ ଯେପରି କୌଣସି ଅସୁବିଧାର ସମ୍ମୁଖିନ ହେବ ନାହିଁ ଏବଂ ପଜେଟିଭ ବାହାରିଲେ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ନ କରି ଏହି କୋଭିଡ କେୟାର ହୋମ ରେ ରଖିବା ପାଇଁ ନିଷ୍ପତ୍ତି ହୋଇ ଖାଇବା ମେନୁ , ଟିମ କର୍ମକର୍ତ୍ତାଙ୍କ ସମୟ ସାରଣୀ ଏବଂ ଗୁରୁତ୍ଵପୂର୍ଣ୍ଣ ବିଭାଗ ର ଯୋଗାଯୋଗ ନମ୍ବର ଲେଖାଥିବା ଫ୍ଲେକ୍ସ ମରାଯାଇଛି ।

ରୋଗୀଙ୍କ ତଥ୍ୟ ହାସଲ ପାଇଁ କୋଭିଡ ମନିଟର ମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଣ ତାକୁ ନେଇ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ଏନଏସି ସ୍ଵତନ୍ତ୍ର କୋଭିଡ ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ତତ୍ତ୍ବାବଧାନରେ ଏନଏସି କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା, ଗୋଷ୍ଠି ସଂଯୋଜିକା ଲକ୍ଷ୍ମୀ ପ୍ରିୟା ପାତ୍ରଙ୍କ ଉପସ୍ଥିତିରେ 13 ଓ୍ବାର୍ଡରୁ 13ଜଣ କୋଭିଡ ମନିଟର ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସେମାନେ କେଉଁ ସାହିରେ କି କି ରୋଗୀ ଅଛନ୍ତି ପଚାରି ରେଜିଷ୍ଟର ରେ ଲେଖିବା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ, କରୋନା ବିଷୟରେ ଲୋକଙ୍କୁ ସଚେତନ କରିବେ ବୋଲି ପରାମର୍ଶ ଦିଆଯାଇଥିଲା ।65ବର୍ଷ ରୁ ଊର୍ଦ୍ଧ୍ବ ବ୍ୟକ୍ତି , ଶିଶୁଙ୍କୁ ଏବଂ ବ୍ଲଡ ପ୍ରେସର , ଡାଇବେଟିସ , ଯକ୍ଷ୍ମା ଭଳି ରୋଗ ଥିବା ବ୍ୟକ୍ତିଙ୍କୁ ଏହି କରୋନା ଶୀଘ୍ର ସଂକ୍ରମିତ ହୋଇଥାନ୍ତି ଏଣୁ ସେମାନଙ୍କୁ ଶୀଘ୍ର ମେଡିକାଲ ଯାଇ ଚିକିତ୍ସିତ ହେବାକୁ କହିବା ପାଇଁ କହିଥିଲେ । ଏତ୍‌ବ୍ୟତୀତ ସମସ୍ତଙ୍କ ଆକ୍ଟିଭ୍‌ କଣ୍ଟ୍ରାକ୍ଟ ରେଜିଷ୍ଟର , ପୁରାତନ ରୋଗୀ ଏବଂ ରିଟର୍ଣ୍ଣିଂ ରେଜିଷ୍ଟର ମେଣ୍ଟେଇନ କରିବା ପାଈଁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Related posts