ସମୀକ୍ଷା ନ୍ୟୁଜ୍‌ର ପ୍ରଭାବ: ଖବର ପ୍ରସାରଣ ପରେ ପୁନର୍ବାର ହେଉଛି ୧୨ନଂ ଏଫ୍ କେନାଲ ସଫେଇ କାର୍ଯ୍ୟ

Published: Jul 20, 2020, 12:30 pm IST

ରମେଶ ମହାନ୍ତି

ଜଗତସିଂହପୁର: ମଣିଜଙ୍ଗା ଜଳସେଚନ ବିଭାଗ ଅଧିନସ୍ଥ କେତେକ କେନାଲ ସଫେଇ ନାଁରେ ହଡପ ଉଦ୍ୟମ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଠାରେ ତାଳଦଣ୍ଡା ମୁଖ୍ୟ କେନାଲରୁ ବାହାରିଥିବା ୧୨ନଂ କେନାଲ ଏବଂ ଉକ୍ତ କେନାଲରୁ ବାହାରିଥିବା କେତେକ କେନାଲ ସଫେଇ କାର୍ଯ୍ୟକୁ ନେଇ ଅଭିଯୋଗ ହେବା ସହ ୧୨/ଏଫ୍ ଶାଖା କେନାଲ ଭିତର ସଫେଇ ନାଁରେ କେନାଲ ଭିତରେ ଜେସିବି ମେସିନ୍ ଚଲାଇ ନିଆଯାଇଥିବା ଏବଂ କେନାଲ ଭିତରେ ଘାସ ଜଙ୍ଗଲ ଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସମୀକ୍ଷା ନ୍ୟୁଜ୍ ରେ ଖବର ପ୍ରସାରଣ ହେବା ପରେ ଚଳଚଞ୍ଚଳ ହୋଇପଡ଼ିଛି ମଣିଜଙ୍ଗା ଜଳସେଚନ ବିଭାଗ।

ଆଜି ସକାଳୁ ପୁନର୍ବାର ଉକ୍ତ ୧୨ନଂ/ଏଫ୍ ଶାଖା କେନାଲ ଭିତରେ ସଫେଇ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଗୁଣ୍ଠିଲୋ ପୋଲ ପାଖରୁ ବାହାରିଥିବା ଏହି ୧୨/ଏଫ୍ କେନାଲକୁ ଟେଣ୍ଡର ନେଇଥିବା ଠିକାଦାର ଆଜି ସକାଳୁ ମଣିଜଙ୍ଗା ଜଳସେଚନ ବିଭାଗର କେତେକ କର୍ମଚାରୀ ଓ କିଛି ସ୍ଥାନୀୟ ଚାଷୀମାନଙ୍କ ଉପସ୍ଥିତିରେ ପୁନର୍ବାର ଉକ୍ତ କେନାଲ ଭିତର ସଫେଇ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି।

Related posts