କୋଭିଡ୍ ମନିଟରଙ୍କ ପ୍ରଶିକ୍ଷଣ ବୈଠକ

Published: Jul 23, 2020, 10:57 pm IST

ପିଣ୍ଟୁ ବିଷୋୟୀ

କୋଦଳା: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କୋଦଳା ଏନ୍ଏସିରେ ମଧ୍ୟ ବୃଦ୍ଧି ପାଇଛି ପଜେଟିଭ୍ ସଂଖ୍ୟା। ପୂର୍ବରୁ ୱାର୍ଡ ୭ ଓ ୧୦ ରେଡ଼ ଜୋନ୍ ଭାବେ ଘୋଷଣା ହୋଇଥିବା ବେଳେ ଆଜି ୱାର୍ଡ଼ ନମ୍ବର ୨ କୁ ରେଡ଼୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ଗୌଡ଼ ସାହିର ଉଭୟ ପଟେ ବ୍ୟାରିକେଡ୍ କରାଯାଇଛି। ଏହାକୁ ପ୍ରତିହତ କରିବା ପାଈଁ ପ୍ରଶାସନ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି। ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଛି କୋଦଳା ପ୍ରଶାସନ। କରୋନା ପଜେଟିଭ ଚି଼ହ୍ନଟ ହେଲେ ସେମାନଙ୍କୁ ଅନ୍ୟତ୍ର ସ୍ତାନାନ୍ତର ନ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କୋଦଳା କଲ୍ୟାଣ ମଣ୍ଡପ ପରିସର ରେ ଖୋଲିଛି “କୋଭିଡ୍ କେୟାର ହୋମ୍।

ଏଠାରେ ଆଣ୍ଟିଜେନ ଟେଷ୍ଟ ସହିତ ସ୍ବାବ ଟେଷ୍ଟ ସମେତ ୨୦ କରୋନା ରୋଗୀ ରହିବା ସୁବିଧା ହୋଇଛି। ପ୍ରତ୍ୟକ ଦିନ କୋଭିଡ୍ ମନିଟର୍ ମାନେ ସେମାନଙ୍କ କାର୍ଯ୍ୟ ସୂଚାରୁ ରୂପେ ନିର୍ବାହ କରୁଛନ୍ତି। ଆଜି ସମସ୍ତ କୋଭିଡ୍ ମନିଟର୍ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଓ କବିରାଜ ଆର୍ଯ୍ୟ ଙ୍କ ତତ୍ଵାବଧାନ ରେ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଜଣ କୋଭିଡ୍ ମନିଟର୍ ସମେତ ଏନଏସି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା , ସ୍ୱପ୍ନ କୁମାର ସାହୁ ଓ ଧୀରଜ କୁମାର ପାତ୍ର ଉପସ୍ଥିତ ଥିଲେ।

Related posts