Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା ଏବଂ ବୀମା ରାଶି ପ୍ରଦାନ ନେଇ ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ଦାବି
ଆଞ୍ଚଳିକ

ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା ଏବଂ ବୀମା ରାଶି ପ୍ରଦାନ ନେଇ ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ଦାବି

July 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଡ଼ାକ୍ତର, ପୋଲିସ୍‌, ସରକାରୀ କର୍ମଚାରୀ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଆଗଧାଡ଼ିରେ କରୋନା ସହ ଲଢ଼େଇ କରି ମୃତ୍ୟୁବରଣ କରିଲେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରି ବୀମା ରାଶି ପ୍ରଦାନ କରୁଛନ୍ତି। କିନ୍ତୁ ଏହା ମଧ୍ୟରେ ଅନ୍ୟ ଜଣେ ପେଷାଦାରକୁ ସରକାର ଭୁଲିଯାଇଛନ୍ତି । ସାମ୍ବାଦିକମାନେ ମଧ୍ୟ କରୋନା ସମୟରେ ଫିଲ୍ଡରେ ବୁଲି ଖବର ସଂଗ୍ରହ କରି କରୋନାରେ ସଂକମ୍ରିତ ହେଉଛନ୍ତି । ରାଜ୍ୟ ସରକାର ପୂର୍ବରୁ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କା ବୀମାରାଶି ଘୋଷଣା କରିଥିଲେ ମଧ୍ୟ ତାହା ପ୍ରଦାନ କରାଯାଉନଥିବାରୁ ଏଥିରେ ଅସନ୍ତୋଷ ଦେଖାଯାଇଛି ।

ସୂଚନାଯୋଗ୍ୟ ଗଂଜାମ ଜିଲ୍ଲା ବର୍ତ୍ତମାନ କରୋନାର ପିରାମିଡ଼୍‌ରେ ରହିଛି । ପ୍ରତିଦିନ ଶହଶହ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ଏନେଇ ଲୋକଙ୍କ ସୁବିଧା ଅସୁବିଧା, ସରକାରଙ୍କ ସୂଚନା ସବୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସାମ୍ବାଦିକମାନେ ସର୍ବଦା ଚେଷ୍ଟିତ ରହିଥାନ୍ତି । ଏଥିଯୋଗୁଁ ବହୁ ସାମ୍ବାଦିକ କରୋନରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ଯୋଦ୍ଧାମାନଙ୍କୁ ସରକାର ଅଣଦେଖା କରିବା ଦୁର୍ଭାଗ୍ୟପୂର୍ଣ୍ଣ ।

ଗତକିଛି ଦିନ ତଳେ ହିଂଜିଳିକାଟୁର ସମାଜ ପ୍ରତିନିଧି  କାର୍ଯ୍ୟରତ ସାମ୍ବାଦିକ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ (ମୁନୁ) କରୋନାଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଗଂଜାମ ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଥିଲା । କରୋନା ଜନିତ ରୋଗରେ ରାଜ୍ୟର ପ୍ରଥମ ସାମ୍ବାଦିକ ଭାବେ ସ୍ୱର୍ଗତ ପଟ୍ଟନାୟକଙ୍କ ମୃତ୍ୟୁବରଣ ଘଟିଥିଲା । ଏନେଇ ରାଜ୍ୟସ୍ତରୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହିଂଜିଳିର ଏହି ସାମ୍ବାଦିକଙ୍କ ମୃତ୍ୟୁର ବହୁ ଦିନ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରାଗଲା  ନାହିଁ । ଏହାସହ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୧୫ ଲକ୍ଷ ଟଙ୍କା ବୀମାରାଶି ତାଙ୍କ ପରିବାରକୁ ପ୍ରଦାନ କରାଯାଇନାହିଁ।

ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ସଦସ୍ୟମାନେ ଏକାଠି ହୋଇ ଆର୍‌ଡ଼ିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହାସହ ତୁରନ୍ତ ଜିଲ୍ଲାପ୍ରଶାସନ ଏହାକୁ ଗୁରୁତର ସହ ନେଇ ରାଜ୍ୟ ସରକାର ମୃତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ତାଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରନ୍ତୁ । ଆର୍‌ଡ଼ିସିଙ୍କୁ ସାକ୍ଷାତ କରିବା ପରେ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ବେଳେ ଏହି ବିଷୟ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି, ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ହେମାଙ୍ଗ ପ୍ରସାଦ ରାଉଳ, ଅଶୋକ ବ୍ରହ୍ମା, ମୃତ୍ୟୁଞ୍ଜୟ ସାହୁ, ସମୀର ଆଚାର୍ଯ୍ୟ, ବିଶ୍ୱନାଥ ମାରଣା, ଅସିତ ପଣ୍ଡା, ରୂପକ କୁମାର ମହାନ୍ତି, ଲିକୁ ଡ଼ାକୁଆ, ଚନ୍ଦନ ସାମଲଙ୍କ ସହ କ୍ଲବ୍‌ର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025
Latest News

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025

ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ର ବିଜେତା ହେଲା ପୂର୍ବତଟ ରେଳପଥ

September 12, 2025

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କି, ଆଜି ନେବେ ଶପଥ

September 12, 2025

ରେଢ଼ାଖୋଲରେ ଚାଞ୍ଚଲ୍ୟ: ତଣ୍ଟି ଚିପି ମାକୁ ହତ୍ୟା କଲା ପୁଅ

September 12, 2025

ପାର୍ବଣ ଋତୁ ଅବସରରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.