ରେଢାଖୋଲ ସବ୍‌ଡିଭିଜନରେ ମାଟ୍ରିକ ପରୀକ୍ଷାରେ ସକସେସ୍ ସୁମନ୍ ସାହୁ ଟପର

Published: Jul 29, 2020, 6:10 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ରେଢାଖୋଲ ସବଡିଭିଜନରେ ସକସେସ୍ ସୁମନ୍ ସାହୁ ୫୪୫ ମାର୍କ ରଖି ଟପ୍ପର ହୋଇଛନ୍ତି। ରେଢାଖୋଲ ବ୍ଲକ୍ ଭରତାପୁର ପଂଚାୟତର ବଡଖୋଳ ଗ୍ରାମର ରବିନ୍ଦ୍ରନାଥ ସାହୁ ଓ ସୁକାନ୍ତି ସାହୁଙ୍କ କନିଷ୍ଠ ପୁତ୍ର ସକସେସ୍ ସୁମନ୍ ସାହୁ ରେଢାଖୋଲ ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠ ପଢୁଥିଲେ। ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ସୁମନଙ୍କୁ ଭବିଷ୍ୟତରେ କଣ ହେବ ବୋଲି ପଚାରିବାରୁ ସେ ବଡ ହେଲେ ଆଇଏଏସ୍ ହେବେ ବୋଲି ପ୍ରକାଶ କରିଛନ୍ତି। ସେ ଦିନକୁ ୫ ରୁ ୬ ଘଂଟା ପଢାପଢି କରନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତାରେ ସୁମନର ପିତା ମାତା ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ମୋଟ ୬୦୦ ମାର୍କରୁ ୫୪୫ ମାର୍କ(ଶତକଡା ୯୦.୯୩)ରଖିଛନ୍ତି।

Related posts