Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ପିପୁଲ୍ ଫର ଦି ପବ୍ଲିକ୍’ ତରଫରୁ ଏମ୍‌କେସିଜିର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିଙ୍କୁ ସ୍ମାରକ ପତ୍ର
ଆଞ୍ଚଳିକ

‘ପିପୁଲ୍ ଫର ଦି ପବ୍ଲିକ୍’ ତରଫରୁ ଏମ୍‌କେସିଜିର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିଙ୍କୁ ସ୍ମାରକ ପତ୍ର

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସମ୍ପ୍ରତି କରୋନା ମହାମାରୀ ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ଦିନକୁ ଦିନ ବିଗିଡିବାରେ ଲାଗିଛି। ଯେତେ ସବୁ ସରକାରଙ୍କ ରିପୋର୍ଟ ଆସୁଛି ପ୍ରାୟ ଲୋକ କୋଭିଡ ପରିବର୍ତ୍ତେ ଅନ୍ୟାନ୍ୟ ରୋଗରେ ଅଧିକା ଆକ୍ରାନ୍ତ କିମ୍ବା ପୁରୁଣା ରୋଗରେ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଠାରେ ସମ ସ୍ଥିତି ଉପୁଜିଛି।

ତା’ର ମୁଖ୍ୟ କାରଣ ବ୍ରହ୍ମପୁରଠାରେ ଅବସ୍ଥିତ ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫେରାଲ ଚିକିତ୍ସାଳୟ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ। ଯେଉଁଠାରେ କି କାଜୁଆଲ୍‌ଟି ଓ ଓପିଡି ସହ ଇଣ୍ଡୋର ଚିକିତ୍ସା ବ୍ୟବସ୍ଥା ବନ୍ଦ ହୋଇ ରହିଛି। ରୋଗ ଅନୁଯାୟୀ ଅଭିଜ୍ଞ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫମାନଙ୍କୁ ଅନ୍ୟ ସ୍ଥାନରେ ନିୟୋଜିତ କରିଦେଇଛନ୍ତି। ଯା ଦ୍ବାରା ବହୁ ରୋଗୀ ଉପଯୁକ୍ତ ଚିକିତ୍ସା ତୁରନ୍ତ ଓ ଠିକ୍ ସମୟରେ ନ ପାଇ ମୃତ୍ୟୁର ଶିକାର ହେଉଛନ୍ତି। ଯାହା ନିକଟ ଅତୀତରେ ସମସ୍ତଙ୍କ ନଜରକୁ ଆସିଛି ଯାହା  ଜିଲ୍ଲାବାସୀଙ୍କ ମାନସିକ ଯନ୍ତ୍ରଣା ଦେବା ସହ ଏକପ୍ରକାରର ଭୟ ସୃଷ୍ଟି କରିଛି। ତେଣୁ ପିପୁଲ୍ ଫର ଦି ପବ୍ଲିକ୍ ତରଫରୁ ଜିଲ୍ଲାର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୋଗ ତଥା ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସପିଟାଲର ଅଧ୍ୟକ୍ଷଙ୍କୁ ଏକ ମେମୋରଣ୍ଡମ୍ ମାଧ୍ୟମରେ ନିମ୍ନଲିଖିତ ବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅପିଲ କରାଯାଇଛି –

୧) ତୁରନ୍ତ କାଜୁଆଲ୍‌ଟି ଓ ଓପିଡି ଖୋଲିବା ସହ ଇନ୍‌ଡୋରରେ ଚିକିତ୍ସା ବ୍ୟବସ୍ଥା କରାଯାଇ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବା।

୨) ଯେଉଁ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫମାନଙ୍କୁ ତୁରନ୍ତ ବଡ଼ ମେଡ଼ିକାଲକୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଉ।

୩) କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କୁ ପଜିଟିଭ୍ ଓ ନେଗେଟିଭ ରିପୋର୍ଟ ଦେବା ବ୍ୟବସ୍ଥା କରାଯାଉ ଯା ଦ୍ବାରା କରୋନା ଆକ୍ରାନ୍ତ ହୋଇନଥିବା ରୋଗୀ ମାନେ ଉପଯୁକ୍ତ ଚିକିତ୍ସା ପାଇପାରିବେ। ଏହି ପ୍ରମାଣ ପତ୍ର ନଥିବା ହେତୁ ସାଧାରଣ/ଅନ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ କୈାଣସି ଚିକିତ୍ସାଳୟ ଚିକିତ୍ସା କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି ଯାହା ମୃତ୍ୟୁ ର କାରଣ ହେଉଛି।

୪) ସରକାରୀ ଚିକିତ୍ସାଳୟ ସ୍ତରରେ କରୋନା ଟେଷ୍ଟ ହେଉଥିବା ଯୋଗୁଁ ତଥ୍ୟ ମିଳିବାରେ ବହୁ ସମୟ ଲାଗିଯାଉଛି। ତେଣୁ ବେସରକାରୀ କ୍ଲିନିକ୍ (ଯେଉଁ ମାନେ ଏନ.ଏ.ବି.ଏଲ୍ ସ୍ବୀକୃତି ପ୍ରାପ୍ତ ପ୍ରମାଣପତ୍ର ଧାରୀ) ମାନଙ୍କୁ ମଧ୍ୟ ଏହି ଟେଷ୍ଟ କାର୍ଯ୍ୟ ରେ ନିୟୋଜିତ କରାଗଲେ, ସରକାରୀ ଟେଷ୍ଟ ଲାବ ଉପରେ ମଧ୍ୟ ଭାର କମ ପଡ଼ିବ ଏବଂ ସର୍ବସାଧାରଣ ଙ୍କ ମଧ୍ୟରେ ଭରସା ବଢିବ ଓ ବହୁ ରୋଗୀ ଉପକୃତ ହୋଇପାରିବେ।

ଏହି ଦାବି ପତ୍ର ଦେବା ସମୟରେ ପିପୁଲ ଫର ଦି ପବ୍ଲିକ୍ ର ସଭାପତି ଡ଼ଃ. ସୁବ୍ରତ କୁମାର ସାହୁ, ସମ୍ପାଦକ ତଥା ଆଇନଜୀବୀ ସତୀଶ କୁମାର ପାଣିଗ୍ରାହୀ, ମୁଖ୍ୟ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ, ଉପ ସଭାପତି ସନତ ପଣ୍ଡା, ଗୌରାଙ୍ଗ ଚୌଧୁରୀ, ଉପଦେଷ୍ଟା ଲୋକନାଥ ମିଶ୍ର, ଇଂ. ଭାସ୍କର ବେହେରା, ଆଇନଜୀବୀ ତ୍ରିପତି ପ୍ରସାଦ ସାହୁ, ସାମ୍ବାଦିକ ବିଶ୍ଵନାଥ ମାରଣା, ପ୍ରଦୀପ କୁମାର ସାହୁ, ଡ଼ଃ. ସନ୍ତୋଷ କୁମାର ଦାଶ, ପି. କୁନା ସେନାପତି, ଲୁନା ପରିଡା, ଅସିତ ପଣ୍ଡା, ଦିନେଶ ପଟ୍ଟନାୟକ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.