ଜୁଆଆଡ୍ଡା ଚଢ଼ାଉ: ୧୭ ଜୁଆଡ଼ି ଗିରଫ, ୨୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ

Published: Aug 2, 2020, 10:39 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହ୍ଲାଦ ନଗର ତୃତୀୟ ଗଳିରେ ଥିବା ଏକ ଜୁଆଆଡ୍ଡା ଉପରେ ବଡ଼ବଜାର ଥାନା ପୋଲିସ୍ ଚଢ଼ାଉ କରି ୧୭ ଜଣ ଜୁଆଡ଼ିକୁ ଗିରଫ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ପ୍ରହ୍ଲାଦ ନଗର ତୃତୀୟ ଗଳିରେ ରହୁଥିବା ୱାଇ. ଯୋଗେଶ୍ୱର ରାଓ ଓରଫ୍ କାଣ୍ଟି ନାମକ ଯୁବକ ନିଜ ଘରେ ଏଭଳି ଜୁଆଆଡ୍ଡା ଚଳାଇଥିଲେ । ବହୁ ଅଂଚଳରୁ ଜୁଆଡ଼ିମାନେ ଆସି ଏଠାରେ ସୁରକ୍ଷିତ ଭାବେ ଜୁଆ ଖେଳି ଯାଉଥିଲେ ।

ଆଜି ବଡ଼ବଜାର ଥାନା ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଘର ଉପରେ ଅତର୍କିତ ଚଢ଼ାଉ କରିଥିବାବେଳେ ୧୭ ଜୁଆଡ଼ିକୁ ଗିରଫ କରାଯାଇଛି । ଜୁଆଆଡ୍ଡାରୁ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ସୂଚନାଥାଉକି କରୋନା ସମୟରେ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍‌କୁ ଆଖି ଆଗରେ ରଖି ଜୁଆଡ଼ିମାନେ କିଛି କାମ ନକରି ନିଜ ଦୋକାନ ବଜାର ବନ୍ଦ କରି ଜୁଆକୁ ଏକ ମୁଖ୍ୟ ବ୍ୟବସାୟ ରୂପେ ବାଛି ନେଇଛନ୍ତି । ସହରରେ ବିଭିନ୍ନ ଭଡ଼ାଘରେ ଏହିଭଳି ଜୁଆଆଡ୍ଡା ଚାଲିଥିବା ବେଳେ କିଛି ପୋଲିସ୍‌ର ଗୋଚରରେ ଚାଲିଥିବାବେଳେ କିଛି ଅଗୋଚରରେ ଚାଲାଇ ଧରାପଡ଼ନ୍ତି ।

Related posts