ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ: ଲିଖିତ ଅଭିଯୋଗ ପରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ଦେଲେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ମହାସଂଘ

Published: Aug 5, 2020, 6:31 pm IST

ଖୋର୍ଦ୍ଧା: ଖୋର୍ଦ୍ଧାର ଜଣେ ଜନୈକ ସାମ୍ବାଦିକ ଖୋର୍ଦ୍ଧା ସହରରେ ଚାଲିଥିବା ଏକ ନିର୍ମାଣ କାର୍ଯ୍ୟର ନିମ୍ନମାନର  ହେଉଥିବା ଅଭିଯୋଗ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିଲେ। କିନ୍ତୁ ଉକ୍ତ କାର୍ଯ୍ୟ ସବିଶେଷ ବିବରଣୀ ନ ପାଇବାରୁ ଆରଟିଆଇ ଆକ୍ଟ ଅନୁସାରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ନିର୍ମାଣ କରୁଥିବା ଠିକାଦାରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଜୁଲାଇ 29 ତାରିଖରେ ଚକ୍ରାନ୍ତ କରି ଘଟଣାର ସମ୍ପୃକ୍ତ ନଥାଇ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ଏତଲା ଦିଆଯାଇଥିଲା। ଏତଲା ଦାଏର ହେବା ପରେ  ଗତ ଜୁଲାଇ 30 ତାରିଖରେ ସାମ୍ବାଦିକ ଜଣକ ଅନୁପସ୍ଥିତ ଥିବା ସମୟରେ  ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ଏନେଇ ସାମ୍ବାଦିକଙ୍କ ସ୍ତ୍ରୀ  ଆଦର୍ଶ ଥାନାରେ ଏତଲା ଦେଇଥିଲେ ସୁଦ୍ଧା ବୋମାମାଡ ହେବାର 7 ଦିନ ଅତିବାହିତ ହୋଇଥିଲେ ସୁଦ୍ଧା ଅପରାଧୀଙ୍କୁ ଗିରଫ କରାଯାଇନାହିଁ। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ମିଥ୍ୟା ଅଭିଯୋଗ ସହିତ ବୋମାମାଡ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ମହାସଂଘ ତରଫରୁ ଗତକାଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏନେଇ ଦାବି ପତ୍ର ଦିଆଯାଇଛି।

Related posts