Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଳିପିଙ୍ଗଳ ହାଇସ୍କୁଲ ରାସ୍ତା ଅବସ୍ଥା ଦେଖି କାନ୍ଦିଲା କେନ୍ଦରା , ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଆଞ୍ଚଳିକ

ଆଳିପିଙ୍ଗଳ ହାଇସ୍କୁଲ ରାସ୍ତା ଅବସ୍ଥା ଦେଖି କାନ୍ଦିଲା କେନ୍ଦରା , ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

August 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର-ଅଡଶପୁର୍ ରାସ୍ତାର ଆଳିପିଙ୍ଗଳ ବଜାର ନିକଟରେ ଥିବା ହାଇସ୍କୁଲ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଅଭିଯୋଗ ଅନୁଯାୟୀ ଏହି ହାଇସ୍କୁଲ ଜଗତସିଂହପୁର-ଅଡଶପୁର୍ ମୁଖ୍ୟ ରାସ୍ତା ଠାରୁ ମାତ୍ର ୪୦୦ ଫୁଟ ଦୂରତାରେ ଅବସ୍ଥିତ ଥିବା ବେଳେ ମୁଖ୍ୟ ରାସ୍ତା ଓ ଏହି ହାଇସ୍କୁଲ ରାସ୍ତାର ସଂଯୋଗ ସ୍ଥଳରେ ଖାଲଖମା ଯୋଗୁଁ ଅସରାଏ ବର୍ଷା ହେଲେ ଏଠି ଆଣ୍ଠୁଏ ପାଣି ଜମିରହୁଛି। ଫଳରେ ଏହି ରାସ୍ତାଦେଇ ସ୍କୁଲକୁ ଅଧ୍ୟୟନ ପାଇଁ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ୧୦ଟି ଗ୍ରାମର ଲୋକେ ଯାତାୟତ ପାଇଁ ନିର୍ଭର କରୁଥିବା ବେଳେ ରାସ୍ତାରେ ଆଣ୍ଠୁଏ ପାଣି ହେବା ଯୋଗୁଁ ଲୋକମାନେ ଯାତାୟତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୪କି.ମି ଦୂର ହୋଇଥିବା ବେଳେ ଉକ୍ତ ରାସ୍ତାକୁ ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ହୋଇପାରି ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଉକ୍ତ ରାସ୍ତାକୁ ଯଥାଶୀଘ୍ର ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉପକୂଳ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆବାହକ ସରୋଜ ନାୟକ, ଅରୁଣ ଆଚାର୍ଯ୍ୟ, ଅଜୟ ଜେନା, ଜ୍ୟୋତି ରଞ୍ଜନ ପରିଡ଼ା, ବେଣୁଧର ନାୟକ, ମହେଶ୍ୱର ତ୍ରିପାଠୀ, ରମେଶ ମହାନ୍ତି, ଆଶୁତୋଷ ବେହେରା, କୈଳାସ ସାହୁ, ଦୃତିଧର ଦାସ ପ୍ରମୁଖ ଯୋଗଦେଇଥିଲେ। ସ୍ଥାନୀୟ ବାସିନ୍ଦା ବଂଶୀଧର ଭୋଳ, କାଳନ୍ଦୀ ବେହେରା, କୃତିବାସ ଦାସ, ଲିଟୁ ପ୍ରଧାନ, ବୁଢ଼ା ପ୍ରଧାନ, ନାରାୟଣ ବେହେରା, ବାବାଜୀ ଜେନା, ଉଲ୍ଲାସ ବେହେରା, ପରୀକ୍ଷିତ ପଲାଉର, ଶିବଦତ୍ତ ପ୍ରଧାନ ,ବନୋଜ ଦାସ, ବିଷ୍ଣୁ ମହାନ୍ତି, ବାବାଜୀ ଜେନା,ସାରଦା ପ୍ରସନ୍ନ ଦାସ, ଆର୍ତ୍ତବନ୍ଧୁ ବେହେରା, ରଘୁନାଥ ବେହେରାଙ୍କ ସମେତ ଶତାଧିକ ଲୋକ ଅଂଶ ଗ୍ରହଣ କରିଥିଲେ।ଏପରିକି ଏହି ରାସ୍ତାର ଅବସ୍ଥା ଦେଖି ଜନୈକ କେନ୍ଦରା ବାଦକ କେନ୍ଦରା ବଜାଇ ଦୁଃଖ ପ୍ରକାଶ କରୁଥିବା ସେଠାରେ ଦେଖିବାକୁ ମିଳିଥିଲା।

ଜିଲ୍ଲାପାଳଙ୍କୁ ଦାବିପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026

ମାତ୍ର ୪୮ ଘଣ୍ଟା ମଧ୍ୟରେ ରକେଟ ଭଳି ଉଠିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 22, 2026

ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.