ଗଂଜାମ ଜିଲ୍ଲାରେ ଆଜି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

Published: Aug 23, 2020, 9:18 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଟ୍‌ଡ଼ାଉନ୍ ସମୟରେ ବ୍ରହ୍ମପୁର ପୋଲିସ୍ ଏବଂ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଏବଂ ପେଟ୍ରୋଲିଂ କଡ଼ାକଡ଼ି କରି ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ବ୍ରହ୍ମପୁର ପୋଲିସ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ପକ୍ଷରୁ ୧୩୪ ଟି ଗାଡ଼ି ସମ୍ବନ୍ଧୀୟ ଅମାନିଆଙ୍କୁ ୬୭ହଜାର ଟଙ୍କା ଜୋରିମାନା ପକାଯାଇଥିବାବେଳେ ମାସ୍କ ପିନ୍ଧିନଥିବା ୧୩୭ ଜଣ ଅମାନିଆଙ୍କଠାରୁ ୨୭ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସାମାଜିକ ଦୂରତା ଉଲ୍ଲଂଘନରେ ୨୩ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି।

ସେହିପରି ଗଂଜାମ ଏନ୍‌ଫୋର୍ସମେଣ୍ଟ ପକ୍ଷରୁ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୩ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ଗୋଟିଏ ଜୁଆଆଡ୍ଡା ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୬୫୮୦ ଟଙ୍କା ଜବତ ହୋଇଛି। ୭ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୭ ଜଣକୁ ଗିରଫ କରାଯାଇଥିବାବେଳେ ୧୦୮୪ ଲିଟର ମଦ ଜବତ ହୋଇଛି।

Related posts