କରୋନା ପାଇଁ ରାହାମା ବଜାର କମିଟିର ବଡ ନିଷ୍ପତ୍ତି, ୩ଦିନ ସମ୍ପୁର୍ଣ୍ଣ ବନ୍ଦ ରହିବ ରାହାମା ବଜାର

Published: Aug 26, 2020, 10:29 am IST

ରମେଶ ମହାନ୍ତି

ଜଗତସିଂହପୁର: ଦୃତ ବେଗରେ ସଂକ୍ରମଣ ହେଉଥିବା କରୋନା ମହାମାରୀର ଭୟାବହତା ଓ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାହାମା ବଜାରକୁ ୩ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବଜାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାର ସବୁଠାରୁ ବଡ ବ୍ୟବସାୟୀକ ପେଣ୍ଠସ୍ଥଳୀ କୁହାଯାଉଥିବା କୁଜଙ୍ଗ ବ୍ଲକ ଅଧିନସ୍ଥ ରାହାମା ବଜାର ଚଳିତମାସ ୨୭,୨୮ ଓ ୨୯ ତାରିଖ ତିନିଦିନ ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ୩୦ ତାରିଖ ମାସର ଶେଷ ରବିବାର ଯୋଗୁଁ ବନ୍ଦ ରହିବ। ଏହି “ସମ୍ପୂର୍ଣ୍ଣ ବନ୍ଦ”କୁ ପାଳନ କରିବାକୁ ବଜାରକମିଟି ପକ୍ଷରୁ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରାଯାଇଛି। ଏଥିସହିତ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟଗତ ଦିଗକୁ ସର୍ବାଧିକ ଗୁରୁତ୍ବ ଦେବା ପାଇଁ ରାହାମା ବଜାରକମିଟି ତରଫରୁ ଏହି ନିଷ୍ପତ୍ତି ନିଆଯିବା ସହ ଏନେଇ ତାଳପଡା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଜ୍ଞାତସାରକୁ ନିଆଯିବା ସହିତ ବ୍ଲକ, ତହସିଲ ଓ ଥାନା ଅଧିକାରୀଙ୍କୁ ଅବଗତ କରାଯାଉଛି ବୋଲି ରାହାମା ବଜାର କମିଟିର ସମ୍ପାଦକ ତଥା ସମାଜସେବୀ ସୁନାକର ବେହେରା ପ୍ରକାଶ କରିଛନ୍ତି।

Related posts