Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଞ୍ଚସୂତ୍ରୀ ନିୟମ ଉଲ୍ଲଂଘନ: ୯ ଦୋକାନ ସିଲ୍‌
ଆଞ୍ଚଳିକ

ପଞ୍ଚସୂତ୍ରୀ ନିୟମ ଉଲ୍ଲଂଘନ: ୯ ଦୋକାନ ସିଲ୍‌

August 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସୋମବାରଠାରୁ ଗଂଜାମ ଜିଲ୍ଲାରେ କୋଭିଡ଼୍ ନିୟମରେ କିଛି କୋହଳ କରାଯାଇଛି। ସକାଳ ୫ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନବଜାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପଞ୍ଚସୂତ୍ରୀ ନିୟମ ପାଳନ ପୂର୍ବକ ଖୋଲିବାକୁ ଅନୁମତି ଦିଆଯାଇଛି। ଦୋକାନ ବଜାରରେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ତହସିଲ୍‌ଦାର, ମହାନଗର ନିଗଭମ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜୋର୍‌ଦାର କରାଯାଇଛି।

ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ୯ଟି ଦୋକାନ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବାରୁ ସେଗୁଡ଼ିକୁ ସିଲ୍ କରି ଦିଆଯାଇଛି। ଏହିଗୁଡ଼ିକ ମଧ୍ୟରେ ଇଲୋକ୍ଟ୍ରୋ ନିକସ୍ ଦୋକାନ, ଫେନ୍‌ସି ଦୋକାନ, ମେଡ଼ିକାଲ୍ ଦୋକାନ ରହିଛି। ସେହିପରି ବ୍ରହ୍ମପୁର ପୋଲିସ୍‌ର ଏନ୍‌ଫୋର୍ସମଣ୍ଟେ ସ୍କ୍ୱାର୍ଡ଼ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ କରାଯାଇଥିଲା। ୧୦୧ ଗାଡ଼ି ଚାଳକଙ୍କୁ ୫୦ହଜାର ୫୦୦ ଟଙ୍କାର ଚାଲାଣ ହୋଇଥିବାବେଳେ ୮୫ ଜଣ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧୭ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି। ସାମାଜିକ ଦୂରତା ଉଲ୍ଲଂଘନରେ ୧ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି।

ସେହିପରି ଗଂଜାମ ପୋଲିସ୍ ଜିଲ୍ଲା ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ପକ୍ଷରୁ ପଟ୍ରୋଲିଂ ତଥା ଚଢ଼ାଉରେ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୧ ହଜାର ଜୋରିମାନା ଆଦାୟ ହୋଇଛି। ଗୋଟିଏ ଜୁଆଆଡ୍ଡା ଚଢ଼ାଉ ହୋଇ ୪ ଜଣଙ୍କୁ ଗିରଫ କରାଯିବା ସହ ୪୨୩୦ ଟଙ୍କା ଜବତ ହୋଇଛି। ୪ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯିବା ସହ ୬୬.୯ ଲିଟର ମଦ ଜବତ ହୋଇଛି।

ଗଂଜାମ ଜିଲ୍ଲା ଦୋକାନ ସିଲ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Latest News

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.