କୁସମି ସେତୁର ପ୍ରଶସ୍ତିକରଣ କାର୍ଯ୍ୟର ଶୁଭାରମ୍ଭ

Published: Aug 26, 2020, 10:21 pm IST

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ବୁଗୁଡ଼ା ବଡ଼ଶଙ୍ଖ ଠାରେ ଓଡ଼ିଶା ସରକାର ପୂର୍ତ୍ତବିଭାଗ ରାଜ୍ୟ ଯୋଜନା ପାଣ୍ଠିରୁ ବାଲିପଦର, କରସିଂ ରାଜ୍ୟ ରାଜପଥ-୩୩ କୁସମିସେତୁର ପ୍ରଶସ୍ତିକରଣକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆଜି ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଗୁଡ଼ା ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଶାସକଦଳର ପୋଲସରା ହିଁ ବିଧାୟକ ଯିଏକି କରୋନା ସମୟରେ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। କ୍ୱାରେଣ୍ଟାଇନ୍‌ରେ ରଖିବା ବେଳେ ହେଉ କିମ୍ବା ସେମାନେ ଫେରିବା ବେଳେ ଟଙ୍କା ଦେବା ବେଳେ ହେଉ। ସେମାନଙ୍କ ଖାଇବା ପିଇବା ବୁଝିବା ସହ ସମସ୍ତ ସମସ୍ୟାମାନ ସମାଧାନ କରିଥିଲେ। ଏଥି ଯୋଗୁଁ ସେ କିଛି ଦିନ ତଳେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ହୋଇ ଫେରିଥିଲେ। ଏହି ସେତୁର ପ୍ରଶସ୍ତିକରଣ ପରେ ଯିବା ଆସିବା ସୁବିଧା ହେବ। ଏଥିଯୋଗୁଁ ଅଂଚଳବାସୀ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Related posts