Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜାଗୃତି ଜୁମ୍ବା ଏବଂ ଫିଟ୍‌ନେସ ପଏଣ୍ଟ ଉଦ୍‌ଘାଟିତ
ଆଞ୍ଚଳିକ

ଜାଗୃତି ଜୁମ୍ବା ଏବଂ ଫିଟ୍‌ନେସ ପଏଣ୍ଟ ଉଦ୍‌ଘାଟିତ

August 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜାଗୃତି ଆର୍ଟ ଏବଂ କଲଚର ଅନୁଷ୍ଠାନ ତରଫରୁ ସୋମବାର ଦିନ ଜାଗୃତି ଜୁମ୍ବା ଓ ଫିଟ୍‌ନେସ ପଏଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୁର୍ନୀତି ନିବାରଣ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ଏବଂ ଆନ୍ତର୍ଜାତିକ ଭାରତ୍ତୋଳକ କେ. ରବି କୁମାର ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ୫ମ ଗଳି (ଟାୱାର ଲାଇନ୍‌)ରେ ଏକବଡ଼ଧରଣର କୋଠାରେ ଶୀତତାପ ନିୟନ୍ତ୍ରଣ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ଫିଟ୍‌ନେସ ପଏଣ୍ଟ ଖୋଲିଛି। କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ହିଁ ସଂପଦ। ନିଜକୁ ଫିଟ୍ ରଖିପାରିଲେ ହିଁ ନିଜର ଇମ୍ୟୁନିଟି ବଢ଼ିବା ସହ ଆଗକୁ ରୋଗ ସହିତ ଲଢ଼ିବାର ଶକ୍ତି ମିଳିବ।

ଏହି ପଏଣ୍ଟରେ ଅତ୍ୟାଧୁନିକ ମେସିନ୍ ଲଗାଯାଇଛି। ଯାହାଦ୍ୱାରା ନିଜର ଫିଟ୍‌ନେସ୍ ଅତିଶୀଘ୍ର ଏବଂ ଆରାମରେ ବଢ଼ାଇ ଯାଇପାରିବ। କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାସ୍କ, ଗ୍ଲୋବସ୍‌, ସାମାଜିକ ଦୂରତା ରକ୍ଷା କରି ଏହା ତାହାର ସେବା ଯୋଗଇଦେବ। ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଲଗା ସମୟ ନିର୍ଘଣ୍ଟରେ ଏହା କାର୍ଯ୍ୟ କରିବ ବୋଲି ମୁଖ୍ୟ ବ୍ୟବସ୍ଥାପକ ହେମାଙ୍ଗ ପ୍ରସାଦ ରାଉଳ ଏବଂ ସଂପାଦିକା ରଶ୍ମିତା ପଣ୍ଡା କହିଛନ୍ତି।

ଉଦ୍‌ଘାଟନ ସମାରୋହରେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଲଳିତ ମଙ୍ଗରାଜ, ସମାଜସେବୀ ଭୀମ ଦଳେଇ, ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ପବିତ୍ର ମହାନ୍ତି, ଅଜିତ ପାତ୍ର, ଡ. ସୁବ୍ରସ ସାହୁ, ଡା. ସାଗର ରଂଜନ ତ୍ରିପାଠୀ, ଗୌରାଙ୍ଗ ଚୌଧୁରୀ, ସନତ ପଣ୍ଡା, ସୁଦୀପ ସାହୁ, ବିଶ୍ୱନାଥ ମାରଣାଙ୍କ ସହ ବହୁ ସାମ୍ବାଦିକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଟ୍ରେନର ଭାବେ ଏମ୍‌. ସୁରେଶ କୁମାର, ପ୍ରେମ, କିରଣ ବେହେରା ଫିଟ୍‌ନେସ ପଏଣ୍ଟର କାର୍ଯ୍ୟ ପରିଚାଳନା କରିବେ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025
Jindal Ads
BJP Ads
Latest News

CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

November 6, 2025

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

November 6, 2025

ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ

November 6, 2025

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

November 6, 2025

ସେବାରେ ନିୟୋଜିତ ହେଲା ଭାରତୀୟ ନୌସେନାର ନୂତନ ସର୍ଭେକ୍ଷଣ ଜାହାଜ “ଇକ୍ଷକ”

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.